Saturday, May 31, 2025
36.6 C
Odisha

    ପିନ୍‍, ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍‍ ଅନଲକ୍‍, ଫୋନ ପାଇଁ ଅଧିକ ସୁରକ୍ଷିତ କେଉଁଟା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ଯୁଗରେ ସ୍ମାର୍ଟ ଫୋନ୍‍ ଛୁଆ ଠାରୁ ବୁଢା ପଯ୍ୟନ୍ତ ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଛି । ଏହି ସ୍ମାର୍ଟ ଫୋନ୍‍ କେବଳ କଲ୍‍ ରେ ସୀମିତ ନାହିଁ । ଫୋନରେ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ବ୍ୟାଙ୍କିଂ ବିବରଣୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଞ୍ଚିତ ହୋଇ ରହିଥାଏ । ତେବେ ଏପରି ପରିସ୍ଥିତିରେ ଫୋନର ସୁରକ୍ଷା ସହିତ କୌଣସି ରିସ୍କ ନେବା କଥା ନୁହେଁ । ତେବେ ଚାଲନ୍ତୁ ଜାଣିବା ଫିଙ୍ଗରପ୍ରିଣ୍ଟ, ଫେସ୍‍ ଅନଲକ୍‍, କିମ୍ବା ପିନ୍‍ ନମ୍ବର ଜରିଆରେ ଫୋନର ସୁରକ୍ଷା କେଉଁଟା ଅଧିକ ରହିବ ।
    ଫିଙ୍ଗରପ୍ରିଣ୍ଟ  :  ଲୋକାମାନେ ଫୋନକୁ ଲକ୍‍ କରିବା ପାଇଁ ଫିଙ୍ଗରପ୍ରିଣ୍ଟ ସେନ୍ସର ବ୍ୟବହାର କରନ୍ତି । କାରଣ ସେନ୍ସର ଫୋନକୁ ଶୀଘ୍ର ଅନଲକ୍‍ କରିଥାଏ । ହେଲେ ଦୃଢ ସୁରକ୍ଷା ପାଇଁ ଫିଙ୍ଗରପ୍ରିଣ୍ଟ ସେନ୍ସର ଏକ ଭଲ ବିକଳ୍ପ ନୁହେଁ । ପ୍ରତ୍ୟେକଙ୍କ ଟିପଚିହ୍ନ ଅନନ୍ୟ କିନ୍ତୁ ଶୋଇଥିବା ସମୟରେ ସେନ୍ସରରେ ଆଙ୍ଗୁଠି ରଖି ଯେ କେହି ବି ଆପଣଙ୍କ ଫୋନକୁ ଅନଲକ୍‍ କରିପାରିବେ ।

    ଫେସ୍‍ ଅନଲକ୍‍  :  ଫେସ୍‍ ଅନଲକ୍‍ ଜରିଆରେ ମଧ୍ୟ ଯେ କେହି ଠକି ପାରିବେ । ୨ଡି ମୁହଁ ଚିହ୍ନଟ ସହିତ ସେନ୍ସର ଗୁଡିକୁ ସହଜରେ ବୋକା ବନାଇହେବ । କିନ୍ତୁ ୩ଡି ସ୍କାନିଂ ଥିବା ସ୍ମାର୍ଟଫୋନ୍‍ (ଆଇଫୋନ)ରେ ଏପରି ବିପଦ କମ୍‍ ରହିଛି।

    ପିନ୍‍ କୋଡ୍‍  :  ଫେସ୍‍ ଅନଲକ୍‍ ଏବଂ ଫିଙ୍ଗରପ୍ରିଣ୍ଟ ବ୍ୟତୀତ କିଛି ଲୋକ ଫୋନରେ ପିନ୍‍ ନମ୍ବର ପାସୱାର୍ଡ ରଖିଥାନ୍ତି । ପିନ୍‍ କୋଡ୍‍ ବ୍ୟବହାର କରିବା ଫିଙ୍ଗରପ୍ରିଣ୍ଟ ଏବଂ ଫେସ୍‍ ଅନଲକ ଠାରୁ ଅଧିକ ସୁରକ୍ଷିତ । କାରଣ ଆପଣଙ୍କ ଆଙ୍ଗୁଠି କିମ୍ବା ଫେସ୍‍ ଲକ୍‍ ଚୋରି କରିହେବ କିନ୍ତୁ ପିନ୍‍ କୋଡ୍‍ ଆପଣଙ୍କ ବ୍ୟତୀତ ଅନ୍ୟ କେହି ଜାଣିବା ମୁସ୍କିଲ । ଯଦି ଆପଣ ଜଟିଳ ନମ୍ବର ଦେଇ  ଫୋନକୁ ଲକ୍‍ କରୁଛନ୍ତି ତେବେ ଏହା ଆପଣଙ୍କ ଫୋନକୁ ଅଧିକ ସୁରକ୍ଷିତ ରଖିବ । ବଡ ଅକ୍ଷର, ଛୋଟ ଅକ୍ଷର, ପ୍ରତୀକ ଏବଂ ସଂଖ୍ୟାକୁ ମିଶାଇ ପାସୱାର୍ଡ ରଖିବା ଦ୍ୱାରା କେହି ସହଜରେ ଏହାକୁ କପି କରିପାରିବା ବା ଜାଣିପାରିବେ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.6 ° C
    36.6 °
    36.6 °
    40 %
    2kmh
    31 %
    Sat
    37 °
    Sun
    38 °
    Mon
    40 °
    Tue
    39 °
    Wed
    40 °

    ସମ୍ବନ୍ଧିତ