Friday, April 3, 2026
39 C
Odisha

    ପିରିୟଡ୍ କ୍ରାମ୍ପସ୍ ରୁ ମୁକ୍ତି ଦେବ ଡାର୍କ ଚକୋଲେଟ୍, ଜାଣନ୍ତୁ କାହିଁକି ଏହା ଲାଭଦାୟକ?

    ଆଗକୁ ପଢନ୍ତୁ

    ପିରିୟଡ୍ସ ସମୟରେ ପ୍ରାୟତଃ ମହିଳାମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ଏହି ଦିନ ମାନଙ୍କରେ ଅନେକ ମହିଳାଙ୍କର ପେଟ, ଅଣ୍ଟା, ତଳି ପେଟ, ଜଙ୍ଘ ଏବଂ ଗୋଡରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହାକୁ ପିରିୟଡ୍ କ୍ରାମ୍ପସ୍ ମଧ୍ୟ କୁହାଯାଏ । ଏହି ଯନ୍ତ୍ରଣା ସାଧାରଣତଃ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରହିପାରେ । ତେଣୁ ପ୍ରତି ମାସରେ ଯେତେବେଳେ ପିରିୟଡ୍ ସମୟ ଆସେ ମହିଳାଙ୍କ ଠାରେ ଯନ୍ତ୍ରଣା, ଥକ୍କାପଣ ଏବଂ ଚିଡ଼ଚିଡ଼ାପଣ ଦେଖାଯିବା ଆରମ୍ଭ ହୁଏ । ଯାହା ମହିଳାଙ୍କ ଦୈନନ୍ଦିନ ଜୀବନକୁ ମଧ୍ୟ କଷ୍ଟକର କରିଦିଏ ।

    ଏପରି ପରିସ୍ଥିତିରେ ଯଦି କେହି କୁହେ ଯେ କେବଳ ଗୋଟିଏ ଚକୋଲେଟ୍ ଆପଣଙ୍କ ଏହି କଷ୍ଟକୁ ଦୂର କରିବାରେ ସହାୟକ ହେବ ଅର୍ଥାତ ଆପଣଙ୍କ ଯନ୍ତ୍ରଣାକୁ କମ କରିପାରିବ ତେବେ ଆପଣ କ’ଣ ବିଶ୍ୱାସ କରିବେ? ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ପଛରେ ଏକ ଆଶ୍ଚର୍ଯ୍ୟଜନକ ବିଜ୍ଞାନ ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପିରିୟ୍ଡ଼ସ ସମୟରେ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଏହା ଆପଣଙ୍କ ଯନ୍ତ୍ରଣା ଦୂର କରିବାରେ ସହାୟକ ହୋଇପାରେ ।

    ପିରିୟ୍ଡ଼ସ ସମୟରେ ଯନ୍ତ୍ରଣା କାହିଁକି ହୁଏ?

    ପିରିୟ୍ଡ଼ସ ସମୟରେ ଗର୍ଭାଶୟର ମାଂସପେଶୀ ସଙ୍କୁଚିତ ହୋଇଯାଏ ଯାହା ଫଳରେ ବ୍ଲଡ୍ ଏବଂ ଟିସୁ ଶରୀରରୁ ବାହାରକୁ ଆସିପାରେ । ଅନେକ ମହିଳା ଏହି ଯନ୍ତ୍ରଣାକୁ ସାମାନ୍ୟ ଅନୁଭବ କରନ୍ତି, କିନ୍ତୁ କିଛି ମହିଳାଙ୍କ ପାଇଁ ଏହା ଏତେ ଖରାପ ଅବସ୍ଥା ଆଣିଦିଏ ଯେ ଔଷଧ ନେବାକୁ ପଡ଼ିପାରେ ।

    ଡାର୍କ ଚକୋଲେଟ୍ କାହିଁକି ଲାଭଦାୟକ?

    -ଡାର୍କ ଚକୋଲେଟରେ ଭଲ ପରିମାଣର ମ୍ୟାଗ୍ନେସିୟମ୍ ଥାଏ, ଯାହା ମାଂସପେଶୀକୁ ଆରାମ ଦିଏ ଏବଂ କ୍ରାମ୍ପସ୍ କମ କରିବାରେ ସାହାଯ୍ୟ କରେ । ଏହା ଗର୍ଭାଶୟର ମାଂସପେଶୀ ଉପରେ ଆରାମଦାୟକ ପ୍ରଭାବ ପକାଇଥାଏ ।

    -ଡାର୍କ ଚକୋଲେଟରେ ଫ୍ଲାଭୋନଏଡ୍ସ ଏବଂ ପଲିଫେନୋଲ୍ସ ଭଳି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଶରୀରକୁ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

    -ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ସେରୋଟୋନିନ୍ ଏବଂ ଏଣ୍ଡୋର୍ଫିନ୍ ଭଳି ହାପି ହରମୋନ୍ ନିର୍ଗତ ହୁଏ, ଯାହା ମନୋଭାବକୁ ଉନ୍ନତ କରେ ଏବଂ ଷ୍ଟ୍ରେସ କମ୍ କରେ ।

    -ପିରିୟ୍ଡ଼ସ ସମୟରେ ଶରୀରରେ ଆଇରନର ଅଭାବ ଦେଖାଯାଏ । ଡାର୍କ ଚକୋଲେଟରେ ମଧ୍ୟ କିଛି ପରିମାଣର ଆଇରନ ଥାଏ, ଯାହା ଥକାପଣରୁ ମୁକ୍ତି ଦେଇପାରେ ।

    ତେବେ ଆସନ୍ତୁ ଜାଣିବା ଡାର୍କ ଚକୋଲେଟ୍ କେତେ ପରିମାଣର ଏବଂ କେତେବେଳେ ଖାଇବା ଉଚିତ?

    ପିରିୟ୍ଡ଼ସ ଆରମ୍ଭ ହେବାର ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ଏବଂ ପିରିୟ୍ଡ଼ସର ପ୍ରଥମ ଦୁଇ ଦିନରେ ଏହାକୁ ଖାଇବା ଅଧିକ ପ୍ରଭାବଶାଳୀ ହୋଇପାରେ ।

    କିନ୍ତୁ ଆଜିର ସମୟରେ ପିରିୟ୍ଡ଼ସ ଯନ୍ତ୍ରଣା ସହ୍ୟ କରିବା ଆଉ ବାଧ୍ୟତାମୂଳକ ନୁହେଁ । ଡାର୍କ ଚକୋଲେଟ୍ ପରି ଟିକିଏ ମିଠା କେବଳ ମନୋଭାବକୁ ଉନ୍ନତ କରେ ନାହିଁ ବରଂ ଶରୀରକୁ ମଧ୍ୟ ଆରାମ ଦିଏ । ପରବର୍ତ୍ତୀ ସମୟରେ ଯେତେବେଳେ ଆପଣଙ୍କର ପେଟ ଯନ୍ତ୍ରଣା ହୁଏ, ଔଷଧ ବଦଳରେ ଡାର୍କ ଚକୋଲେଟ୍ ଖାଇବାକୁ ଚେଷ୍ଟା କରନ୍ତୁ । ହୁଏତ ଏହା ଆପଣଙ୍କୁ ଯନ୍ତ୍ରଣାରୁ ଆରାମ ଦେଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ