ଆଜିକାଲିର ଖରାପ ଜୀବନଶୈଳୀ ଯୋଗୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଯଦି ଆପଣ ରୋଗରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଆପଣଙ୍କର ଖାଦ୍ୟପେୟରେ ପରିବର୍ତ୍ତନ ଆଣିବା ଜରୁରୀ । ସୁସ୍ଥତା ଆମ ଖରାପ ଏବଂ ଭଲ ଖାଦ୍ୟ ଉପରେ ନିର୍ଭର କରେ । କିଛି ଖାଦ୍ୟକୁ ନିଜ ଡାଏଟରେ ସାମିଲ କରିବା ନିହାତି ଆବଶ୍ୟକ । ଯାହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଯାଇପାରିବ । ଯେତେବେଳେ ଆପଣ ସଠିକ୍ ଡାଏଟ୍ ପ୍ଲାନ୍ ଫଲୋ କରିବେ, ସେତେବେଳେ ସୁସ୍ଥ ରହିବା ସମ୍ଭବ ହେବ । ଯଦି ଆପଣଙ୍କର ଖାଇବା ରୁଟିନ୍ ଏବଂ ଲାଇଫ୍ ଷ୍ଟାଇଲ ଖରାପ ହେବ ତେବେ ବାରମ୍ବାର ଅସୁସ୍ଥ ହେବାର ଆଶଙ୍କା ରହିଛି । ଯଦି ଆମେ ପିଲାମାନଙ୍କ ବିଷୟରେ କଥା ହେବା, ତେବେ ବଡ଼ମାନଙ୍କ ଅପେକ୍ଷା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ । ଖାସ କରି ପିଲାମାନଙ୍କ ରାଜାପ୍ରତିରୋଧକ ଶକ୍ତି ମଜବୁତ ରହିବା ଜରୁରୀ । ନଚେତ୍ ପିଲାମାନେ ଶୀଘ୍ର ଅସୁସ୍ଥତାର ଶିକାର ହୋଇଥାନ୍ତି । ତେଣୁ ସେମାନଙ୍କ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ।
ତେବେ ପାଣିପାଗର ପରିବର୍ତ୍ତନ ସହିତ ପିଲାମାନେ ପ୍ରାୟତଃ ଶୀଘ୍ର ଅସୁସ୍ଥ ହୁଅନ୍ତି । ଏଭଳି ପରିସ୍ଥିତିରେ, ଏପରି ଜିନିଷକୁ ସେମାନଙ୍କ ଖାଦ୍ୟରେ ସାମିଲ କରିବା ଜରୁରୀ, ଯାହା ସେମାନଙ୍କର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବ । ଏଠାରେ ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହା ପିଲାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବା ସହିତ ବିଭିନ୍ନ ରୋଗ ବୈରାଗ୍ୟଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିବ ।
ଭିଟାମିନ୍ C ଖାଦ୍ୟ ସାମିଲ କରନ୍ତୁ :
ପ୍ରତିରକ୍ଷା ପ୍ରଣାଳୀ ପାଇଁ ଭିଟାମିନ୍ C ଅତ୍ୟନ୍ତ ଜରୁରୀ ହୋଇଥାଏ । ଯାହା ଶରୀରରେ ଧଳା ରକ୍ତ କଣିକା ବୃଦ୍ଧି କରିଥାଏ । ଏହା ସହିତ, ଭିଟାମିନ୍ C ସଂକ୍ରମଣ ସୃଷ୍ଟି କରୁଥିବା ଜୀବାଣୁକୁ ମାରିଦେଇଥାଏ । ସେଥିପାଇଁ କମଳା, ଅଁଳା ଏବଂ ଅଙ୍ଗୁର ପରି ଖଟା ଫଳଗୁଡିକ ପିଲାମାନଙ୍କ ଖାଦ୍ୟରେ ସାମିଲ କରନ୍ତୁ ।
ପ୍ରୋଟିନ୍ ଖାଦ୍ୟ :
ଯଦି ଆପଣ ପିଲାମାନଙ୍କ ଶୀଘ୍ର ବଢିବାକୁ ନେଇ ଚିନ୍ତିତ ତେବେ ତାଙ୍କ ଡାଏଟରେ ପ୍ରୋଟିନ୍ ଖାଦ୍ୟ ସାମିଲ କରନ୍ତୁ । ଯାହା ମାଂସପେଶୀ ଏବଂ ହାଡକୁ ମଜବୁତ କରିବାରେ ସାହାଯ୍ୟ କରିବ । ଯଦି ଶରୀରରେ ପ୍ରୋଟିନର ପରିମାଣ ଠିକ୍ ଥାଏ ତେବେ ଯେକୌଣସି ଆଘାତ ଲାଗିଥିଲେ ଶୀଘ୍ର ଭଲ ହୋଇଯାଇଥାଏ । ତେଣୁ ପ୍ରୋଟିନ ପାଇଁ ପିଲାମାନଙ୍କ ଖାଦ୍ୟରେ ପନିର, ଅଣ୍ଡା, ଟୋଫୁ ଏବଂ ସୋୟାବିନ୍ ସାମିଲ କରନ୍ତୁ ।
ବାଦାମ :
ପିଲାମାନଙ୍କର ପ୍ରତିଦିନ ଖାଦ୍ୟରେ ବାଦାମ ନିଶ୍ଚିତ ସାମିଲ କରନ୍ତୁ । ରାତିସାରା ୫ ରୁ ୬ଟି ବାଦାମକୁ ଭିଜାଇ ସକାଳେ ନିଜ ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ । ଫଳରେ ପିଲାମାନଙ୍କୁ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ ଭିଟାମିନ୍ E ପାଇବେ । ଯାହା ଦ୍ୱାରା ପିଲାମାନଙ୍କୁ ଆକ୍ଟଭି ରଖିବାରେ ସାହାଯ୍ୟ କରିଥାଏ ।
ଦହି :
ଶିଶୁର ହଜମ ପ୍ରକିୟା ଭଲ ନଥିଲେ ମଧ୍ୟ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ, ପିଲାମାନଙ୍କର ଅନ୍ତନଳୀ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ । ପିଲାମାନେ ସେମାନଙ୍କର ପ୍ରତିଦିନ ଖାଦ୍ୟରେ ଦହି ଏବଂ ବଟର ମିଲ୍କ ସାମିଲ କରିବା ନିହାତି ଜରୁରୀ । ଦହିରେ ପ୍ରୋବୋଟିକ୍ସ ଥାଏ । ଯାହା ଅନ୍ତନଳୀ କୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ତେଣୁ, ସେମାନଙ୍କର ଖାଦ୍ୟରେ ଦହି କିମ୍ବା ବଟର ମିଲ୍କ ସାମିଲ କରନ୍ତୁ । ଯାହା ଫଳରେ ସେମାନେ ସୁସ୍ଥ ରହିବେ ଏବଂ କୌଣସି ପ୍ରକାରର ସମସ୍ୟା ହେବ ନାହିଁ ।
