Friday, April 24, 2026
29.6 C
Odisha

    ସିବିଏସଇ ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା ରେଜଲ୍ଟ ଆଧାରରେ ନାମଲେଖା ପାଇଁ ସୁଯୋଗ ଦେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିକଲେ ଅଭିଭାବକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : CBSE ଦଶମ ଶ୍ରେଣୀ ପରୀକ୍ଷା ପ୍ରକାଶ ପାଇବା ପରେ ଏବେ CBSE ବୋର୍ଡର ନିଷ୍ପତ୍ତି ଅନୁଯାୟୀ CBSE ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା ତାରିଖ ଘୋଷଣା ହୋଇଛି । ମେ ୧୫ରୁ ୨୧ ତାରିଖ ଯାଏ ଚାଲିବ ଏହି ପରୀକ୍ଷା । ସକାଳ ୧୦:୩୦ ରୁ ୧:୩୦ ଯାଏ ପରୀକ୍ଷା ହେବା ନେଇ ସମୟ ନିର୍ଘଣ୍ଟ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ CBSE କରିଛି ୨ୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି । ଛାତ୍ରଛାତ୍ରୀ ଅଳ୍ପ ମାର୍କ ରଖିଥିବା ବିଷୟରେ ରିପିଟ ପରୀକ୍ଷା ଦେଇ ପାରିବେ । ଏହି ସୁଯୋଗ ଛାତ୍ରଛାତ୍ରୀଙ୍କୁ ୩ ଟି ବିଷୟ ପାଇଁ ସୁଯୋଗ ମିଳିବ । ସେଥି ମଧ୍ୟରୁ ଗୋଟିଏ ଲାଙ୍ଗୁଏଜ ଓ ଦୁଇଟି ଅନ୍ୟ ବିଷୟ ଅନ୍ତର୍ଭୁକ୍ତ । ତେବେ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିଭାବକ ତଥା ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

    ହେଲେ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ମାର୍କ ବୃଦ୍ଧି କଲେ ଏହା ହୁଏତ ସେମାନଙ୍କର ପ୍ରୋଗ୍ରେସ ରିପୋର୍ଟରେ ମାର୍କ ପ୍ରତିଶତ ବଢିବ , ହେଲେ ଏକାଦଶ ବା ଯୁକ୍ତ ୨ ପାଇଁ ନାମ ଲେଖାରେ ଏହି ମାର୍କ ସହାୟତା କରିବନି । କାରଣ ପରୀକ୍ଷା ପୂର୍ବରୁ CBSE ର ଏକାଦଶ ଶ୍ରେଣୀ ପାଇଁ ଫର୍ମ ପକାଇବା ତାରିଖ ସରିଯିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସୂତ୍ରରୁ ଜଣାପଡିଛି । ଫଳରେ ଛାତ୍ରଛାତ୍ରୀ CBSE ର ଏହି ୨ୟ ବୋର୍ଡ଼ ପରୀକ୍ଷାରେ ଦେଇଥିବା ବିଷୟରେ ଯେତେ ଅଧିକ ମାର୍କ ରଖିଥିଲେ ମଧ୍ୟ ପ୍ରଥମ ପରୀକ୍ଷାର ମାର୍କ ଅନୁଯାୟୀ ସେମାନେ ଏକାଦଶ ଶ୍ରେଣୀ ନାମ ଲେଖାରେ ଭାଗ ନେଇ ପାରିବେ ନାହିଁ କି ଫର୍ମ ପକାଇ ପାରିବେ ନାହିଁ ।

    ଫଳରେ CBSE ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା ସେମାନଙ୍କ ପାଇଁ ସାର୍ଟିଫିକେଟ ରେ ମାର୍କ ବଢିବା ବ୍ୟତୀତ ବିଶେଷ ଲାଭ ହେବ ନାହିଁ । ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରୁ ଦାବି ଯେ CBSE ବୋର୍ଡ ୨ୟ ବୋର୍ଡ଼ ପରୀକ୍ଷାର ମାର୍କ ଆଧାରରେ CBSE ର ଏକାଦଶ ଶ୍ରେଣୀରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଫର୍ମ ପକାଇବାକୁ ସୁଯୋଗ ଦେଲେ ୨ୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ କାମରେ ଲାଗି ପାରନ୍ତା । କିମ୍ବା ୨ୟ ବୋର୍ଡ଼ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବା ଯାଏ ଉକ୍ତ ଛାତ୍ରଛାତ୍ରୀଙ୍କ ପାଇଁ କିଛି ପ୍ରତିଶତ ସିଟ ଖାଲି ରଖିଲେ ସେମାନେ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିପାରନ୍ତେ । ଯାହାଫଳରେ CBSE ର ୨ୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇପାରନ୍ତା ।

    କୌଣସି କାରଣ ବଶତଃ ଅଳ୍ପ ମାର୍କ ରଖିଥିବା କିଛି ଛାତ୍ରଛାତ୍ରୀ ୨ୟ ବୋର୍ଡ଼ ପରୀକ୍ଷାରେ ଅଧିକ ମାର୍କ ରଖିଲେ ବି ଏକାଦଶ ଶ୍ରେଣୀ ନାମଲେଖାରୁ ମାର୍କ ଆଧାରରେ ବଂଚିତ ହେବେ । ତେଣୁ ସବୁ ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କର ଉକ୍ତ ଦାବି ପ୍ରତି ଦୃଷ୍ଟି ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ୟ ବୋର୍ଡ଼ ପରୀକ୍ଷା ରେଜଲ୍ଟ ଆଧାରରେ ଏକାଦଶ ଶ୍ରେଣୀ ନାମଲେଖାରେ ସୁଯୋଗ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.6 ° C
    29.6 °
    29.6 °
    34 %
    2.7kmh
    68 %
    Fri
    30 °
    Sat
    43 °
    Sun
    42 °
    Mon
    44 °
    Tue
    43 °

    ସମ୍ବନ୍ଧିତ