Saturday, June 20, 2026
37.1 C
Odisha

    ପୁଣି ଏନଟିଏର ଅବହେଳା, ନିଟ୍ ପାଇଁ ଛାତ୍ର ଚୟନ କରିଥିଲେ ନାଗପୁର-ୱାର୍ଦ୍ଧା, ମିଳିଲା ଆବୁଧାବି ପରୀକ୍ଷା ସେଣ୍ଟର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ରବିବାର ଜୁନ୍ ୨୧ରେ ଅନୁଷ୍ଠିତ ହେବ । ଦେଶର ୨୨ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ପରୀକ୍ଷା ପୂର୍ବରୁ ଏନଟିଏ ପରୀକ୍ଷା କେନ୍ଦ୍ର ସୂଚୀ ପ୍ରକାଶ କରିଥିଲା । ଆଉ ନାଗପୁର ବାସିନ୍ଦା ଅବ୍ଦୁଲା ମହମ୍ମଦଙ୍କ ସହିତ ହୋଇଥିବା ଘଟଣା ପୁଣିଥରେ ଏନଟିଏ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଏନଟିଏ ପରୀକ୍ଷା ପୂର୍ବରୁ ନୂତନ ଆଡମିଟ୍ କାର୍ଡ ଜାରି କରିଥିଲା । ନାଗପୁରର ଛାତ୍ର ଅବଦୁଲ୍ଲା ଜଣେ ଛାତ୍ରଙ୍କୁ ଦୁବାଇର ଆବୁଧାବିରେ ପରୀକ୍ଷା କେନ୍ଦ୍ର ମିଳିଛି । ତାଙ୍କ ପରୀକ୍ଷା କେନ୍ଦ୍ର ପାଇଁ ନାଗପୁର, ୱାର୍ଦ୍ଧା କିମ୍ବା ଭଣ୍ଡାରାକୁ ଚୟନ କରିଥିଲେ, କିନ୍ତୁ ତାଙ୍କ ପ୍ରବେଶ ପତ୍ରରେ ପରୀକ୍ଷା କେନ୍ଦ୍ର ୟୁଏଇର ଆବୁଧାବି ରହିଛି । ଏନେଇ ଛାତ୍ର ଜଣଙ୍କ ପ୍ରଶ୍ନ ଉଠାଇଛନ୍ତି । ପରୀକ୍ଷାକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବା ବେଳେ ଅଭିଭାବକ ବହୁତ ଚିନ୍ତାରେ ରହିଛନ୍ତି ।

    ଛାତ୍ର ଅବଦୁଲ୍ଲାଙ୍କ ପିତା ଡାକ୍ତର ମହମ୍ମଦ ତାଲିବ ପ୍ରଶ୍ନ କରିଛନ୍ତି ଯେ, ମେ’୩ ତାରିଖରେ ନାଗପୁରରେ ନିଟ୍ ପରୀକ୍ଷା ଦେଇଥିବା ଛାତ୍ରଙ୍କୁ ରବିବାର ପୁନଃପରୀକ୍ଷା ପାଇଁ ଆବୁଧାବି କେନ୍ଦ୍ରରେ ପରୀକ୍ଷା ଦେବାକୁ ଅନୁମତି ମିଳିଛି । ଜୁନ୍ ୧୪ ତାରିଖରୁ ପୁଅର ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ଏହା ଡାଉନଲୋଡ୍ ହେଉନଥିଲା । ଶୁକ୍ରବାର ୧୯ ଜୁନ୍ ଦିନ ତାଙ୍କ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପରେ ପରୀକ୍ଷା କେନ୍ଦ୍ର ଆବୁଧାବିରେ ପଡିଥିବା ଦେଖି ତୁରନ୍ତ ଏନଟିଏ ହେଲ୍ପଲାଇନ୍ ସହିତ ଯୋଗାଯୋଗ କରିଥିଲେ । ଏନଟିଏ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ଅନୁରୋଧ କରି ଏକ ଇମେଲ୍ ମଧ୍ୟ ପଠାଇଥିଲେ ।

    ଘଟଣାରେ ଏନଟିଏ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଶନିବାର ଜୁନ୍ ୨୦ ଅପରାହ୍ନ ୪ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରକୁ ନାଗପୁରକୁ ପରିବର୍ତ୍ତନ କରାଯିବ । ଏନଟିଏ ପରୀକ୍ଷାରେ ଏଭଳି ବାରମ୍ବାର ତ୍ରୁଟି କରୁଥିବା ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.1 ° C
    37.1 °
    37.1 °
    31 %
    3.2kmh
    91 %
    Sat
    38 °
    Sun
    34 °
    Mon
    35 °
    Tue
    38 °
    Wed
    41 °

    ସମ୍ବନ୍ଧିତ