Saturday, August 1, 2026
26.7 C
Odisha

    ଏସଆଇଆର କାର୍ଯ୍ୟରେ ଅବହେଳା, ଦୁଇ ବିଏଲଓ ନିଲମ୍ବିତ

    ଆଗକୁ ପଢନ୍ତୁ

    ବୌଦ୍ଧ : ଏସଆଇଆର କାର୍ଯ୍ୟରେ ଅବହେଳା । ଦୁଇ ବିଏଲଓ ନିଲମ୍ବିତ । ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଦୁଇଜଣ ବିଏଲଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ । ସେମାନେ ହେଲେ ହରଭଙ୍ଗା ବ୍ଲକ ଗଣ୍ଡିସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବୀରେନ୍ଦ୍ର ବେହେରା ଓ ଖରଭୂଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିବ ଚନ୍ଦ୍ର ଗାଆଣ ।

    ସୂଚନା ଅନୁଯାୟୀ, ଉଭୟ ଅଧିକାରୀଙ୍କୁ ୧୭୬-ଗଣ୍ଡିସର ଏବଂ ୧୬୯-ଖରଭୁଇଁ ମତଦାନ କେନ୍ଦ୍ରର ବୁଥ୍ ଲେଭେଲ୍ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା । ବାରମ୍ୱାର ନିର୍ଦ୍ଦେଶ ସତ୍ତ୍ୱେ ସେମାନେ ଅନୁପସ୍ଥିତ ରହିଥିଲେ । ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ସେମାନଙ୍କ ଅନୁପସ୍ଥିତି ଚିହ୍ନଟ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଉଭୟଙ୍କୁ ତୁରନ୍ତ ନିଲମ୍ୱନ କରିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.7 ° C
    26.7 °
    26.7 °
    86 %
    0.7kmh
    100 %
    Sat
    27 °
    Sun
    31 °
    Mon
    32 °
    Tue
    30 °
    Wed
    30 °

    ସମ୍ବନ୍ଧିତ