Saturday, September 20, 2025
29.5 C
Odisha

    ପୁଣି ଦିଲ୍ଲୀ ସ୍କୁଲକୁ ମିଳିଲା ଧମକପୂର୍ଣ୍ଣ ମେଲ୍, ଚାଲିଛି ତଦନ୍ତ

    ଆଗକୁ ପଢନ୍ତୁ

    ଦିଲ୍ଲୀ : ପୁଣି ଦିଲ୍ଲୀର ଅନେକ ସ୍କୁଲକୁ ମିଳିଲା ବୋମା ଧମକ ମେଲ୍ । ଦ୍ବାରାକା ଏବଂ ନଜଫଗଡ଼ ଅଞ୍ଚଳର ସ୍କୁଲକୁ ମିଳିଛି ଏହି ମେଲ୍ । ଡିପିଏସ୍ ଦ୍ବାରକା, କୃଷ୍ଣ ମଡେଲ ପବ୍ଲିକ୍ ସ୍କୁଲ ଏବଂ ସର୍ବୋଦୟ ବିଦ୍ୟାଳୟ ଏଥିରେ ସାମିଲ୍ ରହିଛି । ସୂଚନା ପାଇବା ମାତ୍ରେ ତୁରନ୍ତ ପୋଲିସ ଏବଂ ବୋମା ସ୍କ୍ବାର୍ଡ ଘଯଣାସ୍ଥଳରେ ପହଞ୍ଚିଥିଲେ । ତେଣୁ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ସୁରକ୍ଷିତରେ ବାହାରକୁ ବାହାର କରିଥିଲେ । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

    ଗତ କିଛି ମାସ ଧରି ଦିଲ୍ଲୀ ସ୍କୁଲଗୁଡିକୁ ବୋମା ଧମକ ଦିଆଯାଉଛି । ଲଗାତାର ଭାବେ ମେଲ୍ ମାଧ୍ୟମରେ ଧମକ ମିଳୁଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛି । କିନ୍ତୁ ବମ୍ ସ୍କ୍ବାର୍ଡ ଏବଂ ପୋଲିସର ତଦନ୍ତ ପରେ ମଧ୍ୟ କୌଣସି ପ୍ରମାଣ ମିଳେ ନାହିଁ । ଏପର୍ଯ୍ୟନ୍ତ ଏହି ଧମକପୂର୍ଣ୍ଣ ମେଲ୍ ଦେଉଥିବା ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।

    ନିକଟରେ ଅଗଷ୍ଟ ମାସ ଆରମ୍ଭରେ ଦିଲ୍ଲୀର ପ୍ରାୟ ୩୨ ଉର୍ଦ୍ଧ୍ବ ସ୍କୁଲକୁ ବୋମା ଧକମ ମେଲ୍ ମିଳିଥିଲା । ଅଧିକାଂଶ ସ୍କୁଲ ଦ୍ବାରକାର ଥିବା ଜଣାପଡିଛି । ଧମକ ମିଳିବା ପରେ ଡିପିଏସ୍ ଦ୍ୱାରକା ସ୍କୁଲକୁ ଗୋଟିଏ ଦିନ ପାଇଁ ବନ୍ଦ କରିଦେଇଥିଲା । ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଘରକୁ ପଠାଇ ଦେଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.5 ° C
    29.5 °
    29.5 °
    70 %
    1.5kmh
    54 %
    Sat
    31 °
    Sun
    32 °
    Mon
    32 °
    Tue
    32 °
    Wed
    27 °

    ସମ୍ବନ୍ଧିତ