Wednesday, October 21, 2026
29.5 C
Odisha

    ପୁଣି ବଢିଲା ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମୂଲ୍ୟ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ ଶନିବାର ମଧ୍ୟରାତ୍ରରୁ ଦେଶବ୍ୟାପୀ ତତ୍କାଳ ଲାଗୁ କରାଯାଇଛି। ଗତ ୩ ମାସ ମଧ୍ୟରେ ଏହା ଘରୋଇ ଏଲପିଜି ଉପରେ ସର୍ବାଧିକ ଦ୍ବିତୀୟ ଥର ଦରବୃଦ୍ଧି ବୋଲି ସୂଚନା ମିଳିଛି। ଫଳରେ ଦିଲ୍ଲୀରେ ଗ୍ୟାସ୍‌ ସିଲିଣ୍ଡର ଦର ୯୧୩ ଟଙ୍କାରୁ ୯୪୨ ଟଙ୍କାକୁ ବୃଦ୍ଧି ପାଇଛି। ଏହି ମୂଲ୍ୟବୃଦ୍ଧି ଉଭୟ ରିଆତିଯୁକ୍ତ ଓ ରିଆତିବିହୀନ ଏଲପିଜି ସିଲିଣ୍ଡର ଉପଭୋକ୍ତାଙ୍କ ଉପରେ ଲାଗୁ ହେବ। ତେବେ ସ୍ଥାନୀୟ ଟିକସ ଓ ପରିବହନ ଖର୍ଚ୍ଚ ଆଧାରରେ ଏହି ନୂତନ ଦର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିବ। ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ ଓ ହର୍ମୁଜ୍‌ ପ୍ରଣାଳୀ ବନ୍ଦ ହେବା ଯୋଗୁଁ ଏଲପିଜି ଓ ଏଲଏନ୍‌ଜି ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ତୈଳ କମ୍ପାନୀ ଗୁଡିକ ଗ୍ୟାସ୍‌ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। ନିକଟରେ ବ୍ୟାବସାୟିକ ଗ୍ୟାସ୍‌ ସିଲିଣ୍ଡର ଦର ମଧ୍ୟ ବୃଦ୍ଧି କରାଯାଇଥିଲା। ଗତ ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡର ଉପରେ ୬୦ ଟଙ୍କା ବୃଦ୍ଧି କରାଯାଇଥିଲା। ତୈଳ କମ୍ପାନୀଙ୍କ ସୂଚନାନୁଯାୟୀ, ସଂପ୍ରତି ପ୍ରତି ଗ୍ୟାସ୍‌ ସିଲିଣ୍ଡର ଉପରେ କମ୍ପାନୀ ପାଖାପାଖି ୭୦୩ ଟଙ୍କା କ୍ଷତି ସହୁଛନ୍ତି। ତେବେ ଆଜିର ଦର ବୃଦ୍ଧି ଖାଉଟିଙ୍କ ଉପରେ ଆର୍ଥିକ ଚାପ ପକାଇବାକୁ ଥିବାବେଳେ ତୈଳ କମ୍ପାନୀଙ୍କ ଆର୍ଥିକ ବୋଝକୁ କିଛି ପରିମାଣରେ ହ୍ରାସ କରିବ ବୋଲି ସୂଚନା ଦିଆଯାଇଛି। ନିକଟରେ ପେଟ୍ରୋଲ ଓ ଡିଜେଲ ଉପରେ ପଡୁଥିବା ଆର୍ଥିକ କ୍ଷତିକୁ କମ୍‌ କରିବା ଲାଗି କେନ୍ଦ୍ର ସରକାର ଉଭୟ ଇନ୍ଧନ ଉପରେ କେନ୍ଦ୍ରୀୟ ଟିକସ ହ୍ରାସ କରିଥିଲେ। ଏହାସତ୍ତ୍ବେ ତୈଳ ଦରକୁ ମେ ମାସ ମଧ୍ୟଭାଗରୁ ହାରାହାରି ୭.୫୦ ପଇସା ବୃଦ୍ଧି କରାଯାଇଥିବାବେଳେ ସିଏନ୍‌ଜି କିଲୋଗ୍ରାମ ପ୍ରତି ୬ ଟଙ୍କା ବଢାଯାଇଥିଲା। ଏସବୁ ସତ୍ତ୍ବେ ତୈଳ ବିପଣନ କମ୍ପାନୀ ଗୁଡିକ ପାଖkପାଖି ପେଟ୍ରୋଲ ଲିଟର ପ୍ରତି ୧୧ ଟଙ୍କା ଓ ଡିଜେଲ ପ୍ରତି ୩୩ ଟଙ୍କା ୬ ପଇସା କ୍ଷତି ସହୁଛନ୍ତି। ଏହି କ୍ଷତିକୁ ସରକାର ଭରଣା କରୁଛନ୍ତି। ଏଥିପାଇଁ ଜନତାଙ୍କ ଉପରେ ଦରବୃଦ୍ଧିର ଚାପ ପଡୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    42 %
    1.6kmh
    10 %
    Wed
    29 °
    Thu
    30 °
    Fri
    29 °
    Sat
    29 °
    Sun
    28 °

    ସମ୍ବନ୍ଧିତ