Monday, June 8, 2026
34 C
Odisha

    ମୁମ୍ବାଇର ଏୟାରପୋର୍ଟରୁ ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ୨୯ଟି ବିଦେଶୀ ବନ୍ୟଜନ୍ତୁ, ଯାତ୍ରୀ ଗିରଫ

    ଆଗକୁ ପଢନ୍ତୁ

    ମୁମ୍ବାଇ : ବ୍ୟାଙ୍କକରୁ  ମୁମ୍ବାଇ ଫେରୁଥିବା ଭାରତୀୟଙ୍କୁ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଅଟକ ରଖିଛି । ତାଙ୍କ ପାଖରେ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ । ବନ୍ୟଜନ୍ତୁଙ୍କ ପରିଚୟ, ସୁରକ୍ଷିତ ରେସକ୍ୟୁ ଏବଂ ଉପଚାର ପାଇଁ ବନ୍ୟଜନ୍ତୁ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଏବଂ ବନ ବିଭାଗକୁ ଡକାଯାଇଛି ।

    ଖବର ମୁତାବକ, ବ୍ୟାଙ୍କକ୍ରୁ ମୁମ୍ବାଇ ଫେରୁଥିବା ଜଣେ ଯାତ୍ରୀଙ୍କୁ ଯାଞ୍ଚ ସମୟରେ ସନ୍ଦେହ କରାଯାଇଥିଲା । ନିଜ ବ୍ୟାଗରେ ବିଭିନ୍ନ ପ୍ରକାରର ବନ୍ୟଜନ୍ତୁ ଆଣୁଥିବାର ଅନୁମାନ କରାଯାଇ ଅଟକ ରଖାଯାଇଥିଲା । ପ୍ରାରମ୍ଭିକ ଯାଞ୍ଚରୁ ଗିବ୍ବନ ସହିତ ଅନେକ ବିଦେଶ ପ୍ରଜାତିର ବନ୍ୟଜନ୍ତୁ ମିଳିଛନ୍ତି । ଜବତ ହୋଇଥିବା ବନ୍ୟଜନ୍ତୁରେ ଗିବ୍ବନ, କଳା ଗୁଣ୍ଡୁଚି, ପାଇଥନ, ଇଗୁଆନା ଭଳି ବିଦେଶୀ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି । ଏମାନଙ୍କୁ ବ୍ୟାଗ ଭିତରେ ଲୁଚାଇ ଅବୈଧ ଭାବେ ଭାରତ ଅଣାଯାଉଥିଲା । ଅଟକ ହୋଇଥିବା ଯାତ୍ରୀଙ୍କୁ ଗିରଫ କରାଯାଇ ମାମଲାର ଯାଞ୍ଚ ଚାଲିଛି । ବନ୍ୟଜନ୍ତୁ ତସ୍କରୀ ମାମଲା ଆଇନ ଅଧିନରେ କାର୍ଯ୍ୟାନୁଷ୍ଠାନ କରାଯାଉଛି ।

    ଡିଜିସିଏ ନିର୍ଦ୍ଦେଶକଙ୍କ ଅନୁସାରେ, ଜବତ ହୋଇଥିବା ବନ୍ୟଜନ୍ତୁଙ୍କୁ ସେହି ଦେଶକୁ ପଠାଯିବ, ଯେଉଁଠାରୁ ଏଗୁଡିକ ତସ୍କରୀ କରାଯାଇଥିଲା । ଏହାପୂର୍ବରୁ ଏମିତି ଘଟଣା ଅନେକ ଘଟିଛି । ଭାରତରେ ଏସବୁ ବିଦେଶୀ ବନ୍ୟଜନ୍ତୁଙ୍କୁ ପୋଷା କରି ରଖାଯାଉଛି । ତେଣୁ ବିଦେଶରୁ ଏଭଳି ପ୍ରଜାତିଙ୍କୁ ଅବୈଧ ଭାବେ ତସ୍କରୀ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    34 ° C
    34 °
    34 °
    38 %
    1.8kmh
    99 %
    Mon
    34 °
    Tue
    42 °
    Wed
    42 °
    Thu
    41 °
    Fri
    39 °

    ସମ୍ବନ୍ଧିତ