Monday, April 6, 2026
33.6 C
Odisha

    ପୁଣି ବିଗିଡ଼ିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ହେଲେ ଭର୍ତ୍ତି

    ଆଗକୁ ପଢନ୍ତୁ

    ପୁଣେ : ଏନସିପି-ଏସପି ନେତା ଶରଦ ପାୱାର ପୁଣିଥରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ବଳତା ଅନୁଭବ କରିବାରୁ ତାଙ୍କୁ ପୁଣେର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ନେଇ ଝିଅ ସୁପ୍ରିୟା ସୁଲେ ଏକ୍ସରେ ପୋଷ୍ଟ କରି କହିଛନ୍ତି, ବାବା ଆଗକୁ ଯାଞ୍ଚ ପାଇଁ ହାଇଡ୍ରେସନ ପାଇଁ ପୁଣେର ରୁବି ହସପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ।

    ଗତ ଫେବୃଆରୀ ୯ରେ କାଶ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଯୋଗୁଁ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ହେଲେ ଏବେ ପୁଣିଥରେ ଦୁର୍ବଳତା ଅନୁଭବ କରିବାକୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପରିବାର ଲୋକ ବହୁତ ଚିନ୍ତାରେ ରହିଛନ୍ତି । ଡାକ୍ତରୀ ଦଳ ତତ୍ତ୍ବାବଧାନରେ ତାଙ୍କ ଦେଖାଶୁଣା ହେଉଛି ।  ତେବେ ନିକଟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନିଧନ ପରେ ଶରଦ ପାଓ୍ବାର ମୁମ୍ବାଇର ବାରାମତି ଏବଂ ପୁଣେ ସ୍ଥିତ ଘରକୁ ଯିବା ଆସିବା କରୁଛନ୍ତି । ଶରଦ ପାଓ୍ବାରାଙ୍କୁ ୨୦୦୪ରେ କ୍ୟାନସର ହୋଇଥିଲା । ତା’ ପରେ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    33 %
    3.3kmh
    96 %
    Mon
    34 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ