Tuesday, November 25, 2025
17.4 C
Odisha

    ପୁଣି ଭାରତରେ ଭୂକମ୍ପର ଝଟକା, ତୀବ୍ରତା ୩.୨

    ଆଗକୁ ପଢନ୍ତୁ

    ଅରୁଣାଞ୍ଚଳ ପ୍ରଦେଶ : ଆଜି ସକାଳେ ଭାରତରେ ପୁଣି ଭୂକମ୍ପର ଝଟକା ଅନୁଭୂତ । ଭାରତର ଅରୁଣାଞ୍ଚଳ ପ୍ରଦେଶର ଉପର ସିଆଙ୍ଗ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୨ ରହିଥିବା ଜଣାପଡିଛି ।

    ସୂଚନାନୁଯାୟୀ, ଭୂକମ୍ପ ଆଜି ସକାଳ ୩:୧:୧୭ରେ ଅନୁଭୂତ ହୋଇଥିଲା ବୋଲି NSC ସୂଚନା ଦେଇଛନ୍ତି । ଏହାର କେନ୍ଦ୍ରସ୍ଥଳ ଅରୁଣାଞ୍ଚଳ ପ୍ରଦେଶର ସିଆଙ୍ଗରେ ଥିଲା । ଯାହାର ଗଭୀରତା ୧୦ କିଲୋମିଟରରେ ଥିଲା । ଭୂକମ୍ପର ଅକ୍ଷାଂଶ ୨୯.୬ ଏବଂ ଦ୍ରାଘିମା ୯୪.୪୫ରେ ଅନୁଭୂତ ହୋଇଥିଲା । କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।

    ନିକଟରେ ରବିବାର ଗୁଜରାଟ କଚ୍ଛ ଜିଲ୍ଲାରେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଅପରାହ୍ଣ ୧୨.୪୧ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଭାଚାଉରୁ ପ୍ରାୟ ୧୨ କିଲୋମିଟର ଉତ୍ତର-ପୂର୍ବରେ ଥିଲା । ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ସୂଚନା ନାହିଁ ବୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    17.4 ° C
    17.4 °
    17.4 °
    69 %
    1.3kmh
    19 %
    Mon
    17 °
    Tue
    27 °
    Wed
    26 °
    Thu
    25 °
    Fri
    25 °

    ସମ୍ବନ୍ଧିତ