Friday, October 16, 2026
24.2 C
Odisha

    ଆଜିଠାରୁ ନୂଆ GST ଆରମ୍ଭ

    ଆଗକୁ ପଢନ୍ତୁ

    ନବରାତ୍ରି ଆରମ୍ଭ ହେବା ସହିତ ସରକାର ଘୋଷଣା କରିଥିବା ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ GST ହାରରେ ପରିବର୍ତ୍ତନ ହୋଇଛି । ଆଜିଠାରୁ GST କାର୍ଯ୍ୟକାରୀ ହୋଇଛି । ନିତ୍ୟ ବ୍ୟବହାର ସାମଗ୍ରୀଠାରୁ ଆରମ୍ଭ କରି ଗାଡ଼ି ଏବଂ ଅନ୍ୟାନ୍ୟ ବସ୍ତୁର ମୂଲ୍ୟ ଆଜିଠାରୁ ଶସ୍ତା ହୋଇଛି । ଏଥି ସହିତ ଇଲୋକ୍ଟ୍ରୋନିକ ଏବଂ ପର୍ସନାଲ କେୟାର ଜିନିଷ ଉପରେ ମଧ୍ୟ ଟିକସ ହ୍ରାସ ପାଇଛି । ଯାହାର ସିଧାସଳଖ ଫାଇଦା ଗ୍ରାହକ ପାଇବେ ।

    ସୂଚନାନୁଯାୟୀ, ସରକାର ଏବେ ଚାରୋଟି ବଦଳରେ କେବଳ ଦୁଇଟି GST ପ୍ରଚଳନ କରିଛନ୍ତି । ଟିକସ ହାର ୫% ଏବଂ ୧୮% ହେବ । ୪୦% ଟିକସ ହାର ମଧ୍ୟ ସ୍ଥାପନ କରାଯାଇଛି । ଯାହା ଏକ୍ସଟ୍ରା ଲକଜରୀ ଏବଂ ଅନ୍ୟାନ୍ୟ ଜିନିଷ ଉପରେ କାର୍ଯ୍ୟକାରୀ କରାଯାଇଛି । ଖାଦ୍ୟଶସ୍ୟ, ଔଷଧ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ 5% କମ୍ ହାରରେ ଟିକସ ଲାଗୁ ହେବ । ଯାହା ମଧ୍ୟମ ବର୍ଗର ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତି ପାଲଟିଛି ।

    ପାର୍ବଣ ଋତୁରେ ବ୍ୟବହାର ବୃଦ୍ଧି ଏବଂ ବିକ୍ରୟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । କିନ୍ତୁ FMCG କମ୍ପାନୀଗୁଡ଼ିକ ବିଳମ୍ବ ନକରି GST ୨.୦ ର ଲାଭ ଗ୍ରାହକମାନଙ୍କୁ ପ୍ରଦାନ କରିଛନ୍ତି । ସାବୁନ, ସାମ୍ପୁ, ବେବି ଡାଏପର, ଟୁଥପେଷ୍ଟ, ରେଜର ଏବଂ ସେଭ୍ ପରେ ଲୋସନ ସମେତ ଅନ୍ୟାନ୍ୟ ଜିନିଷ ଉପରେ ଟିକସ ହ୍ରାସ କରାଯାଇଛି । ସେହିପରି ଭାବେ ବର୍ତ୍ତମାନ କ୍ଷୀର, ବିସ୍କୁଟ, ବଟର, ଶସ୍ୟ, ଶୁଖିଲା ଫଳ, ଫଳ ରସ, ଘିଅ, ଆଇସକ୍ରିମ, ଜାମ୍, କେଚଅପ୍, ସ୍ନାକ୍ସ, ପନିର, ପେଷ୍ଟ୍ରି, ସସେଜ୍ ଏବଂ ନଡ଼ିଆ ପାଣି ଭଳି ଖାଦ୍ୟ ସାମଗ୍ରୀରେ ଟିକସ ହ୍ରାସ ହେବା ପରେ ଗ୍ରାହକମାନେ ମଧ୍ୟ ଲାଭ ପାଇବେ ।

    ଏତିକି ନୁହେଁ ଏସି, ୱାସିଂ ମେସିନ୍, ଟିଭି ଏବଂ ଡିସୱାସର ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ନୂଆ GST ହାର ଟିକସ ହ୍ରାସ କରିଛି । ଏହା ବ୍ୟତୀତ ଅତ୍ୟାବଶ୍ୟକ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଉପରେ ଟିକସ ହ୍ରାସ ହେବା ସହିତ ସେଲୁନ୍, ଜିମ୍, ଯୋଗ ସେବାଗୁଡିକ ଉପରେ ଏବେ କମ୍ GST ହାରରେ ଲାଗୁ ହେବ । ଯାହା ଦ୍ବାରା ଲୋକ କମ୍ ମୂଲ୍ୟରେ ସୁବିଧା ପାଇପାରିବେ ।

    କିନ୍ତୁ ଅନ୍ୟପଟେ ପାନ ମସଲା, ତମାଖୁ, ସିଗାରେଟ୍, ବଡ଼ ଦାମୀ କାର୍ ଏବଂ ଥଣ୍ଡା ପାନୀୟ ଉପରେ ସରକାର ୪୦ ପ୍ରତିଶତର ଅତ୍ୟଧିକ GST ଲାଗୁ କରିଛନ୍ତି । ଯାହା ବର୍ତ୍ତମାନ ଆକାଶଛୁଆଁ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    91 %
    1kmh
    45 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ