Wednesday, June 24, 2026
27.6 C
Odisha

    ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ର ଛାତ୍ରୀ, ଆଡମିସନ ଏବଂ ରି- ଆଡମିସନ ପାଇଁ ମାଗୁଛନ୍ତି ଟଙ୍କା

    ଆଗକୁ ପଢନ୍ତୁ

    ଜଗତସିଂହପୁର: ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ର ଛାତ୍ରୀ । ଆଡମିସନ, ରି- ଆଡମିସନ ପାଇଁ ଛାତ୍ରଛାତ୍ରୀଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ କଲେଜରୁ ଏଭଳି ଅଭିଯୋଗ ଆସିବା ପରେ ବଡ଼ଧରଣର ସାଇବର ଠକେଇ ପଦାକୁ ଆସିଛି । ଗାଦିବ୍ରହ୍ମ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ପୂର୍ଣ୍ଣଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାୟା ଅବଧୂତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଅଳକା କଲେଜ, ପୂରଣ କଲେଜ ଆଦି ଶିକ୍ଷାନୁଷ୍ଠାନରୁ ବହୁ ଯୁକ୍ତ ଦୁଇ କଲେଜର ଛାତ୍ରଛାତ୍ରୀ ଠକାମୀର ଶିକାର ହୋଇ ଟଙ୍କା ହରାଇଛନ୍ତି । ସାମସ ପୋଟାଲରୁ ପିଲାଙ୍କ ତଥ୍ୟ ଚୋରି କରି ସେମାନଙ୍କୁ ଯୋଗାଯୋଗ କରୁଥିବା ସନ୍ଦେହ କରାଯାଉଛି । ଠକାମୀର ଶିକାର ଅନେକ ଛାତ୍ରଛାତ୍ରୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷମାନଙ୍କୁ ମଧ୍ୟ ସ୍ମIର୍ଟ କ୍ଲାସ ରୁମ ପାଇଁ ଚାଳିଶ ହଜାର ଟଙ୍କା ଲେଖାଏଁ କଲେଜକୁ ପଠାଯିବ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଠକିବାକୁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    70 %
    1.4kmh
    99 %
    Wed
    36 °
    Thu
    38 °
    Fri
    37 °
    Sat
    39 °
    Sun
    38 °

    ସମ୍ବନ୍ଧିତ