Sunday, March 15, 2026
35.6 C
Odisha

    ପୁତୁରା ମୃତ୍ୟୁ ଖବର ଶୁଣି ଟଳିପଡ଼ିଲେ ଦାଦା

    ଆଗକୁ ପଢନ୍ତୁ

    ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତ ଅନ୍ତର୍ଗତ ତିଗିରିଆ ଗ୍ରାମରେ ଏକ ଅଭାନୀୟ ତଥା ଦୁଃଖଦ ଘଟଣା ଘଟି ଯାଇଛି । ଗ୍ରାମର ମହେଶ୍ୱର ବେହେରା(୪୨) ଗାଡି ଡ୍ରାଇଭର ଭାବେ ନିଜର ଜୀବିକା ନୀର୍ବାହ କରି ଆସୁଥିଲେ, ଗାଡ଼ି ଚଳାଉଥିବା ବେଳେ ହଠାତ ଅସୁସ୍ଥ ଅନୂଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହେଲେ ପରିବାର ଲୋକଙ୍କ ଠାରୁ ପୁତୁରା ମହେଶ୍ୱରଙ୍କ ମୃତ୍ୟୁ ଖବର ଶୁଣି ଦାଦା ଗୌରାଙ୍ଗ ବେହେରା(୮୪) ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖଦ ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    0.1kmh
    6 %
    Sun
    38 °
    Mon
    36 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ