Wednesday, March 25, 2026
29.4 C
Odisha

    ପୁରୀ ରତ୍ନଭଣ୍ଡାର ପ୍ରଥମଦିନର ଗଣତି ମଣତି ପ୍ରକ୍ରିୟା ଶେଷ, ୬ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

    ଆଗକୁ ପଢନ୍ତୁ

    ଐତିହାସିକ ମୁହୂର୍ତ୍ତ ରେ ସିଂହଦ୍ୱାରରେ ସାଷ୍ଟାଙ୍ଗ ପ୍ରଣିପାତ କରି ଭିତରକୁ ଯାଇଥିଲେ ଟିମ୍ । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ପତିତପାବନଙ୍କୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲା ଟିମ । ସୁନା,ରୁପା ଓ ରତ୍ନକୁ ୩ ଭାଗରେ ପୃଥକ କରାଯାଇ ହୋଇଛି ଗଣତି ମଣତି। ହ୍ୟାଣ୍ଡେଲିଂ ଟିମର ସଦସ୍ୟ ଭଣ୍ଡାର ମେକାପ,ବଣିଆ ଓ ଜେମୋଲୋଜିଷ୍ଟ ଚଳନ୍ତି ଭଣ୍ଡାରରେ କରିଥିଲେ ଗଣତିମଣତି,ମେଳକ। କଷଟି ପଥର, ରତ୍ନ ଚିହ୍ନିବା ପାଇଁ ଲେନ୍ସ ଓ ଅଳଙ୍କାର ଓଜନ ମେସିନ୍ ସହ ସହ ଭିତରକୁ ଯାଇଥିଲେ ଶ୍ରୀମନ୍ଦିର ବଣିଆ । ଯାଞ୍ଚ ପରେ ସମସ୍ତ ଅଧିକୃତ ସଦସ୍ୟଙ୍କୁ ଛଡା ଯାଇଥିଲା। ରତ୍ନ ଗଣତି ସମୟରେ ଭିତର କାଠ ଦର୍ଶନ ବନ୍ଦ ରହିଥିଲା। ବାହାର କାଠରୁ ଭକ୍ତ କରିଥିଲେ ଦର୍ଶନ। ଆସନ୍ତା ୬ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    34 %
    1.4kmh
    27 %
    Wed
    32 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ