Wednesday, February 11, 2026
15.2 C
Odisha

    ପୁରୀ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଘଟଣା, ଏକାଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଫେସବୁକରେ ଧମକପୂର୍ଣ୍ଣ ପୋଷ୍ଟ ଘଟଣାରେ ଏକାଧିକ ସନ୍ଦିଗ୍ଧ ଅଟକ । ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ସୁରକ୍ଷା ବାହିନୀ ସମେତ STU ଓ ସମସ୍ତ ଫୋର୍ସଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୁରୀ ଏସପି । ଶ୍ରୀମନ୍ଦିରରେ ବୋମା ନିଷ୍କ୍ରିୟକାରୀ ଦଳ ସଜାଗ ରହିଛନ୍ତି । ସିଟି ଡିଏସପିଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇ ଯାଞ୍ଚ ଚାଲିଛି ।

    ଜୁଲି ରାଣୀ ପଣ୍ଡା ନାଁ ରେ କିଏ ଏହି ଆଇଡିକୁ ଅପରେଟ କରୁଥିଲେ ଏବଂ କେଉଁ ଠାରୁ ଅପରେଟ୍ ହେଉଥିଲା ସେସବୁର ଯାଞ୍ଚ କରାଯାଉଛି । ଫେସବୁକ୍ URLରୁ ତଥ୍ୟ ସଂଗ୍ରହ କରାଯାଉଥିବା କହିଛନ୍ତି ଏସପି । ପ୍ରଥମେ ଉକ୍ତ ଆଇଡି ରୁ ଏକ ୱେବ ଚ୍ୟାନେଲ ମାଲିକଙ୍କୁ ଦିଆଯାଇଥିଲା ଧମକ । ତାଙ୍କ ଏତଲା କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ପୁରୀ ବାସେଳୀ ଥାନା ପୋଲିସ । ସେହିପରି ରାଜ୍ୟସଭା ସାଂସଦଙ୍କୁ ଧମକ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁରୁତ୍ବର ସହ ନିଆଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ପୁରୀ ଏସପି ।.

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    15.2 ° C
    15.2 °
    15.2 °
    70 %
    1.5kmh
    31 %
    Wed
    32 °
    Thu
    32 °
    Fri
    33 °
    Sat
    34 °
    Sun
    32 °

    ସମ୍ବନ୍ଧିତ