Friday, October 18, 2024
30.6 C
Odisha

    ପୁରୀ ସହରକୁ ଜଗିବ ସିସିଟିଭି

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ଲାଗିବି ସିସିଟିଭି । ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଥିବା କହିଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସଙ୍କର ସ୍ୱାଇଁ । ସମଙ୍ଗ, ମାଳତୀପାଟପୁର, ମଙ୍ଗଳଘାଟ ପ୍ରବେଶ ପଥରେ ଲାଗିବ ସିସିଟିଭି ।ପୋର୍ଟେବଲ ନେଟ୍‌ୱର୍କ ଓ ଅପଟିକାଲ ଫାଇବର ଥିବା ୬୨୦ ସିସିଟିଭି ଲାଗିବ । ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥନ ପଥରେ ଲାଗିବ । ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି । ଯାହା ଫଳରେ ଆହୁରି ସୁରକ୍ଷିତ ହେବ ପୁରୀ ସହର । ସବୁବେଳେ ଚଳଚଞ୍ଚଳ ଥିବା ପୁରୀ ସହରର ସୁରକ୍ଷା କରିବ ସିସିଟିଭି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଲକଙ୍କ ଭିତରେ ଥିବା ଭୟ କମିବ ଏବଂ ଅନେକ ଅପରାଧିକ ମାମଲା ମଧ୍ୟ କମ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତ ଗତିବିଧି ଉପରେ ପୋଲିସର ନଜର ରହିବ । ଯଦି କିଛି ଘଟଣା ଘଟେ ତେବେ ସଙ୍ଗେସଙ୍ଗେ ସେନେଇ ତଥ୍ୟ ମିଳିପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ