Monday, May 13, 2024
28.3 C
Odisha

    ପୁରୁଷମାନେ କାହିଁକି ହୋଇଥାନ୍ତି ଚନ୍ଦାପଣର ଶିକାର, ଜାଣନ୍ତୁ

    ଆଗକୁ ପଢନ୍ତୁ

    ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅସନ୍ତୁଳିତ ଖାଦ୍ୟପେୟ ଏବଂ ଅନିୟମିତ ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଉଛି । ଏଥିମଧ୍ୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି । କେଶ ଝଡ଼ିବା କେବଳ ମହିଳାଙ୍କ ମଧ୍ୟରେ ସୀମିତ ନାହିଁ ବରଂ ଏହି ସମସ୍ୟା ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଦେଖାଦେଇଥାଏ । ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏହି ସମସ୍ୟାକୁ Male Pattern Baldness କିମ୍ବା ଏଣ୍ଡ୍ରୋଜେନେଟିକ୍ ଏଲୋପେସିଆ ମଧ୍ୟ କୁହାଯାଏ । ଡାକ୍ତରଙ୍କ କହିବାନୁଯାୟୀ ପୁରଷଙ୍କ ମଧ୍ୟରେ ଚନ୍ଦାପଣ(Baldness)ର ମୂଳ କାରଣ ହେଉଛି ଜେନେଟିକ୍ ଟ୍ରେଣ୍ଡ୍ ଏବଂ Dihydrotestosterone ହର୍ମୋନ । ଏହା ବ୍ୟତୀତ ଚନ୍ଦାପଣର ଅନ୍ୟ ପ୍ରମୁଖ କାରଣ ରହିଛି ।

    ୧. ଔଷଧ: କ୍ୟାନସର, ଉଚ୍ଚ ରକ୍ତଚାପ, ଡିପ୍ରେସନ ଏବଂ ଆର୍ଥ୍ରାଇଟସର ଚିକିତ୍ସା ପାଇଁ ସେବନ କରୁଥିବା ଔଷଧର ପାଶ୍ୱର୍ପ୍ରତିକ୍ରିୟା କାରଣରୁ କେଶ ଝଡ଼ିବା ସମସ୍ୟା ଦେଖାଦେଇଥାଏ । ତେଣୁ ଏଭଳି ଔଷଧ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ସହ କେଶ ଝଡ଼ିବାର ଆଶଙ୍କା ବିଷୟରେ ଆଲୋଚନା କରନ୍ତୁ ।

    ୨. ଅସନ୍ତୁଳିତ ହର୍ମୋନ: ହର୍ମୋନାଲ ଅସନ୍ତୁଳନ ଯେପରି ଥାଇରଏଡ଼ କିମ୍ବା ହର୍ମୋନାଲ ଥେରାପି କାରଣରୁ ଚନ୍ଦାପଣ ସମସ୍ୟା ଦେଖାଦେଇଥାଏ ।
    ବୟସ: ବୟସ ବୃଦ୍ଧି ହେବା ସହ Testosteroneର ସ୍ତର ହ୍ରାସ ହୋଇଥାଏ । ଫଳରେ ଚନ୍ଦାପଣର ସମସ୍ୟା ଦେଖାଦେଇଥାଏ ।

    ୪. ପୋଷକ ତତ୍ୱର ଅଭାବ: ଖାଦ୍ୟପେୟରେ ଭିଟାମିନ୍, ମିନେରାଲ, ଲୌହ, ଜିଙ୍କ୍ ଭଳି ଅନ୍ୟ ପୋଷକ ତତ୍ୱର ଅଭାବ କାରଣରୁ କେଶ ଝଡ଼ିଥାଏ । ତେଣୁ ସନ୍ତୁଳିତ ଆହାର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

    ୫. ଷ୍ଟ୍ରେସ୍: ଅଧିକା କାର୍ଯ୍ୟଚାପ କାରଣରୁ କେଶର ନର୍ମାଲ ଗ୍ରୋଥ୍ ସାଇକେଲ ପ୍ରଭାବିତ ହୋଇଥାଏ । ତେଣୁ ମେଡିଟେସନ୍, ବ୍ୟାୟାମ, ସକାରାତ୍ମକ ଚିନ୍ତାଧାରା ଷ୍ଟ୍ରେସ୍ ମ୍ୟାନେଜ କରିବାରେ ସହାୟକ ହୋଇଥାଏ । ଫଳରେ କେଶ ଝଡ଼ିବା ବନ୍ଦ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    52 %
    2.1kmh
    88 %
    Mon
    27 °
    Tue
    39 °
    Wed
    41 °
    Thu
    41 °
    Fri
    42 °

    ସମ୍ବନ୍ଧିତ