Thursday, May 9, 2024
25 C
Odisha

    ସାବଧାନ: ଅଧିକ ପ୍ରୋଟିନ୍ ଶରୀର ପାଇଁ ହୋଇପାରେ କ୍ଷତିକାରକ

    ଆଗକୁ ପଢନ୍ତୁ

    ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଆହାର, ବ୍ୟାୟାମ, ଯୋଗାଭ୍ୟାସ ଏବଂ ସୁନିଦ୍ରା ଆବଶ୍ୟକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଶରୀରକୁ ରୋଗମୁକ୍ତ ରଖିବା ପାଇଁ ଫାଇବର, ଭିଟାମିନ୍, ମିନେରାଲ୍ସ, କ୍ୟାଲସିୟମ, ଲୌହ ଭଳି ଅବଶ୍ୟକୀୟ ତତ୍ୱ ଯୁକ୍ତ ଖାଦ୍ୟପେୟ ସେବନ କରିବା ଉଚିତ । ବିଶେଷ କରି ପ୍ରୋଟିନ ଯୁକ୍ତ ଖାଦ୍ୟ ପେୟ । ପ୍ରୋଟିନରେ ଜରୁରୀ ମାଇକ୍ରୋ ନୁ୍ୟଟ୍ରିଏଣ୍ଟ୍ସ ରହିଛି । ଯାହା ଆମ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ମାଂସପେଶୀ ସହ କୋଷର ବିକାଶ, ହର୍ମୋନ ନିୟନ୍ତ୍ରଣ, ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ କେଶ, ଆଖି ଓ ତ୍ୱଚାକୁ ସୁସ୍ଥ ରଖିଥାଏ । କିନ୍ତୁ ବେଳେ ବେଳେ ଅଧିକ ମାତ୍ରାରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ବିଶେଷ କରି ବଡି ବିଲ୍ଡିଂ, କ୍ରୀଡ଼ା ସହ ଜଡ଼ିତ ବ୍ୟକ୍ତିମାନେ ଅଧିକ ମାତ୍ରାରେ ପ୍ରେଟିନର ସେବନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଅଧିକ ମାତ୍ରାରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟର ସେବନ କରିବା ଦ୍ୱାରା ଶରୀରକୁ କିପରି କ୍ଷତି ହୋଇଥାଏ ।

    ୧. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଅଧିକ ମାତ୍ରାରେ ପ୍ରେଟିନ୍ ଯୁକ୍ତ ଖାଦ୍ୟପେୟର ସେବନ କରିବା ଦ୍ୱାରା ଶରୀରରେ ଆମିନୋ ଏସିଡ୍ସ ବୃଦ୍ଧି ହୋଇଥାଏ ।ଫଳରେ ଶରୀରରେ ପ୍ରୋଟିନ୍ ଚର୍ବି ହୋଇ ଜମା ହୋଇଯାଏ ।

    ୨. ପ୍ରୋଟିନକୁ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ । ତେଣୁ ପାଚନ ସମସ୍ୟା ଦେଖାଦେଇଥାଏ । ଫଳରେ ବ୍ୟକ୍ତିକୁ କୋଷ୍ଠକାଠିନ୍ୟ ହୋଇଥାଏ ।
    ଅଧକ ପରିମାଣରେ ପ୍ରୋଟିନ୍ ସେବନ କରିବା ଦ୍ୱାରା ଶରୀରରେ କ୍ୟାଲସିୟମ ନଷ୍ଟ ହୋଇପାରେ । ଫଳରେ ହାଡ଼ ଦୁର୍ବଳ ହେବା ସହ ଗଣ୍ଠି ଜନିତ ସମସ୍ୟା ଦେଖାଦେଇଥାଏ ।

    ୪. ଅତ୍ୟାଧିକ ପରିମାଣରେ ପ୍ରେଟିନ୍ ଯୁକ୍ତ ଖାଦ୍ୟ ସେବନ କରିବା ଦ୍ୱାରା କିଡନୀ ସମ୍ବନ୍ଧୀୟ ରୋଗ ଏବଂ ଡିହାଇଡ୍ରେସନ୍ ଦେଖାଦେଇଥାଏ ।

    ୫. ଅଧିକ ମାତ୍ରାରେ ପ୍ରେଟିନ୍ ଯୁକ୍ତ ଖାଦ୍ୟ ସେବନ କରିବା ଦ୍ୱାରା ଶୀଘ୍ର ଥକ୍କାପଣ ଓ ଦୁର୍ବଳତାର ଶିକାର ହୋଇପାରନ୍ତି । ଏହା ବ୍ୟତୀତ ଦୁର୍ବଳ ନଖ, ମୁଣ୍ଡବିନ୍ଧା, କେଶ ଝଡ଼ିବା ଭଳି ଅନ୍ୟ ଲକ୍ଷଣ ଦେଖାଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    82 %
    1.6kmh
    7 %
    Thu
    38 °
    Fri
    39 °
    Sat
    41 °
    Sun
    40 °
    Mon
    39 °

    ସମ୍ବନ୍ଧିତ