Saturday, October 10, 2026
22.4 C
Odisha

    ଆଜି ଭୋଟ : ଦିନ ୧ଟା ସୁଦ୍ଧା ୩୯.୩୦% ମତଦାନ

    ଆଗକୁ ପଢନ୍ତୁ

    ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି। ନିର୍ବାଚନ ଦିନ ପାଗ ମଧ୍ୟ ଭଲ ରହିଥିବା କାରଣରୁ ଜୋରଦାର ମତଦାନ ହେଉଛି। ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ମତଦାତା ମତଦାନ କରି ସେମାନଙ୍କ ନେତା ବାଛୁଛନ୍ତି।
    ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ ହୋଇଛି । ନବରଙ୍ଗପୁରରେରେ ସର୍ବାଧିକ ୪୪.୧୯% ମତଦାନ ହୋଇଥିବା ବେଳେ ନୂଆପଡାରେ ସର୍ବନିମ୍ନ ୪୩.୧୩% ଭୋଟଗ୍ରହଣ ହୋଇଛି ।ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପେସ୍‌ମିଟ୍‌ରେ କହିଛନ୍ତି ଗଜପତିରେ ୪୦.୬୦ ପ୍ରତିଶତ, ଗଞ୍ଜାମରେ ୩୨.୬୬ପ୍ରତିଶତ , କଳାହାଣ୍ଡିରେ ୪୨.୪୮ପ୍ରତିଶତ, କୋରାପୁଟରେ ୩୮.୨୫ପ୍ରତିଶତ, ମାଲକାନଗିରିରେ ୪୯.୯୦ପ୍ରତିଶତ, ନବରଙ୍ଗପୁରରେ ୪୪.୧୯ ପ୍ରତିଶତ, ନୂଆପଡାରେ ୪୩.୧୩ ପ୍ରତିଶତ ଓ ରାୟଗଡା ୩୬.୧୧ ପ୍ରତିଶତ ଭୋଟିଂ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯିବାକୁ ଥିବା ବେଳେ ଭୋଟ ପ୍ରତିଶତ ଆଗକୁ ବଢିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ