Monday, May 13, 2024
28.3 C
Odisha

    ପୁରୁଷ ଜୀବନରେ ଏହି ୧୦ ପ୍ରକାରର ରୋଗ ଥିଲେ ଭୁଲରେ ବି ଭାଏଗ୍ରା

    ଆଗକୁ ପଢନ୍ତୁ

    ଭାଏଗ୍ରା ଟାବଲେଟ୍‌ ଏବଂ କ୍ୟାପସୁଲ୍‌ ରକ୍ତ ପ୍ରବାହ ବଢାଇ ଯୌନ ଉଦ୍ଦୀପନାକୁ ବୃଦ୍ଧି କରିଥାଏ । ଶରୀରରେ ରକ୍ତ ସଞ୍ଚାଳନ ତୀବ୍ର ହେବା ପରେ ଯୌନ ଉଦ୍ଦୀପନା ବୃଦ୍ଧି ପାଇଥାଏ । ଭାଏଗ୍ରା କ୍ୟାପସୁଲ୍‌ ଓ ଟାବଲେଟ୍‌ରେ ଯୌନ ଉଦ୍ଦୀପନାକାରୀ ଡ୍ରଗ୍‌ ରହିଥାଏ । ଯେଉଁଥି ପାଇଁ କି ୩୦ ମିନିଟ୍‌ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଶରୀରରେ ଭାଏଗ୍ରାର ପ୍ରଭାବ ରହିଥାଏ । କିନ୍ତୁ ଭାଏଗ୍ରା ଶରୀର ଉପରେ ସାଂଘାତିକ ପ୍ରଭାବ ପକାଇଥାଏ । ସାଇଡ୍‌ ଇଫେକ୍ଟ ଫଳରେ ଶରୀର ଉପରେ କୁ ପ୍ରଭାବ ପଡିଥାଏ । ତେବେ କେଉଁମାନେ ଭାଏଗ୍ରା ଖାଇବୋ ଉଚିତ୍‌ ନୁହେଁ ।ଏହି ୧୦ ପ୍ରକାର ରୋଗରେ ଆକ୍ରାନ୍ତ ପୁରୁଷ ଭୁଲରେ ବି ଭାଏଗ୍ରା ଖାଇବା ଉଚିତ ନୁହେଁ । ସେଲଡେନାଫିଲ କିମ୍ବା ଅନ୍ୟ ମେଡିସିନ୍‌ ଖାଉଥିବା ବ୍ୟକ୍ତି ଭାଏଗ୍ରା ଟାବଲେଟ୍‌ ଖାଇଲେ ପସ୍ତେଇବେ। ଏହା ଶରୀର ଉପରେ କୁପ୍ରଭାବ ପକାଇବା ସହିତ ବିଭିନ୍ନ ରୋଗକୁ ଡାକିଆଣିବ । ହୃଦରୋଗ କିମ୍ବା ଲିଭର୍‌ ରୋଗ ପାଇଁ ମେଡିସିନ୍‌ ଖାଉଥିବା ବ୍ୟକ୍ତି ଆଦୌ ଭାଏଗ୍ରା ଖାଇବା ଉଚିତ୍ ନୁହେଁ । କାରଣ ଭାଏଗ୍ରା ଟାବଲେଟ୍‌ ହାର୍ଟ ଏବଂ ଲିଭର୍‌ ଉପରେ ପ୍ରଭାବ ପକାଇବା ସହିତ ମୃତ୍ୟୁକୁ ଡାକିଆଣିଥାଏ । ଷ୍ଟ୍ରୋକ୍‌, ହୃଦଘାତକୁ ସାମ୍ନା କରିଥିବା ବ୍ୟକ୍ତି ଭାଏଗ୍ରା ଭୁଲ୍‌ରେ ବି ଖାଆନ୍ତୁନି । ଏହା ସହିତ ନିମ୍ନ ରକ୍ତଚାପ, ଆଖି ସମସ୍ୟା ଥିବା ବ୍ୟକ୍ତି ବି Vigra ଖାଇବା ଖରାପ ହୋଇଥାଏ । ସିକଲ୍‌ ସେଲ୍‌ ଏନିମିୟା, ଲୁକେମିଆ, ମଲ୍ଟିପୁଲ ମାଏଲୋମା ଭଳି କର୍କଟ ରୋଗୀ ଖାଇ ପାରିବେନି । ପେଟ ସମସ୍ୟା ଏବଂ ରକ୍ତ ହୀନତା ଥିବା ବ୍ୟକ୍ତି ଭାଏଗ୍ରା ଆଦୌ ଖାଇବା ଉଚିତ ନୁହେଁ । ଡାକ୍ତରଙ୍କ ବିନା ପରାମର୍ଶରେ ବଜାରରେ ମିଳୁଥିବା ଭାଏଗ୍ରା ଖାଇବା ମୃତ୍ୟୁକୁ ଅକାଳେ ଡାକିଆଣିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    52 %
    2.1kmh
    88 %
    Mon
    27 °
    Tue
    39 °
    Wed
    41 °
    Thu
    41 °
    Fri
    42 °

    ସମ୍ବନ୍ଧିତ