Tuesday, March 31, 2026
38.2 C
Odisha

    ପୁଲଓ୍ବାମା ବାର୍ଷିକୀରେ ପାକିସ୍ତାନକୁ ଚେତାବନୀ ଦେଲେ ଶାହ

    ଆଗକୁ ପଢନ୍ତୁ

    ହଲଦ୍ୱାନୀ : ପୁଲଓ୍ଵାମା ଆକ୍ରମଣର ବାର୍ଷିକୀ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ସହିଦ ଯବାନଙ୍କୁ ମନେ ପକାଇଛନ୍ତି। ଭାରତର ସେନା ଏବଂ ସୀମା ସହ ଖେଳ ଖେଳିବାକୁ ଚେଷ୍ଟା କର ନାହିଁ ବୋଲି ସେ ସ୍ପଷ୍ଟ ଭାଷାରେ ପାକିସ୍ତାନକୁ ଚେତାବନୀ ଶୁଣାଇଛନ୍ତି । ଉତ୍ତରାଖଣ୍ଡର ହଲଦ୍ୱାନୀରେ ଆୟୋଜିତ ‘୩୮ତମ ଜାତୀୟ କ୍ରୀଡ଼ା’ର ସମାପନୀ ସମାରୋହକୁ ସମ୍ବୋଧିତ କରି ଶାହା ଏହା କହିଛନ୍ତି। ଅମିତ ଶାହ କହିଛନ୍ତି, ୨୦୧୯ ଆଜିର ଦିନରେ ପୁଲୱାମାରେ ଆମର ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ସୈନିକଙ୍କ ବଳିଦାନ କେବଳ ଦେଶକୁ ସୁରକ୍ଷିତ କରିନଥିଲା ବରଂ ଏହି ଯବାନଙ୍କ ସହିଦ ହେବା ପରେ ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏୟାର ଷ୍ଟ୍ରାଇକ୍ କରିଥିଲେ। ସେଥିପାଇଁ ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣ ବଦଳିଯାଇଛି । ବିଶ୍ୱର ସମସ୍ତ ଆତଙ୍କବାଦୀଙ୍କୁ ଏକ ବାର୍ତ୍ତା ଦିଆଯାଇଛି ଯେ ସେମାନେ ଭାରତର ସୀମା ଏବଂ ସେନା ସହ ଗଣ୍ଡଗୋଳ କରିପାରିବେ ନାହିଁ । ଶେଷରେ ସେ କହିଥିଲେ ଯେ ଦେଶର ସୁରକ୍ଷା ପାଇଁ ପ୍ରାଣ ବଳି ଦେଇଥିବା ସମସ୍ତ ୪୦ ଜଣ ସୈନିକଙ୍କୁ ମୁଁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    20 %
    3.1kmh
    0 %
    Tue
    38 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ