Monday, September 28, 2026
23.6 C
Odisha

    ପୁଲିସ ପରିଚୟ ଦେଇ ଲୁଟିନେଲେ ପ୍ରାୟ ୨୫୦ ଗ୍ରାମର ସୁନା

    ଆଗକୁ ପଢନ୍ତୁ

    ଅନୁଗୁଳ : ପୁଲିସ ପରିଚୟ ଦେଇ ତାଳଚେରର ଏକ ସୁନା ମେଲଟିଂ ଦୋକାନରେ ପଶିଲେ । ଲୁଟିନେଲେ ପ୍ରାୟ ୨୫୦ ଗ୍ରାମର ସୁନା । ଜଣେ ଦୋକାନୀ କର୍ମଚାରୀଙ୍କୁ ଅପହରଣ କରି ଆଣିଲେ, ଅନୁଗୁଳ ସହର ନିକଟରେ ଛାଡ଼ିଦେଇ ଛୁ ମାରିଲେ । ଆଜି ସନ୍ଧ୍ୟା ୬ଟା ୧୫ ବେଳକୁ ଅନୁଗୁଳ ତାଳଚେର ସହରରେ ଘଟିଥିବା ଏ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ଲୁଟେରାଙ୍କ ଭିଜୁଆଲ ଦୋକାନର ସିସିଟିଭିରେ କଏଦ । ଖବର ପାଇ ଅନୁଗୁଳ ପୁଲିସର ଅନେକଗୁଡ଼ିଏ ଟିମ ଓ ସ୍ପେସାଲ୍ ସ୍କ୍ୱାଡ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି।

    ସେହିପରି ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ସମେତ ରାଜ୍ୟର ସବୁ ଥାନାକୁ ଗାଡ଼ି ସମ୍ପର୍କରେ ସୂଚନା ଦେଇ ଆଲର୍ଟ ରହିବାକୁ ଅନୁରୋଧ କରିଛି। ଆଜି ସନ୍ଧ୍ୟା ୬ ଟା ୧୫ ମିନିଟ୍ ବେଳକୁ ଏକ ହ୍ୟୁଣ୍ଡାଇ ଭର୍ନା କାରରେ ଆସି ୩ ଜଣ ବ୍ୟକ୍ତି ହଠାତ୍ ତାଳଚେର ହାତତୋଟାସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀରେ ପହଞ୍ଚି ରେଡ୍ ପାଇଁ ଭୁବନେଶ୍ୱର ପୁଲିସରୁ ଆସିଥିବା କହିଲେ।

    ଏଠି ତୁମ ଗହଣା ଦୋକାନରେ ପ୍ରତିଦିନ କିଲେ ଦୁଇ କିଲୋର ସୁନା ନେଣଦେଣ ହେଉଛି। ତେଣୁ ଏବେ ରେଡ୍ ହେବ। କେତେ ଗହଣା ଅଛି ଦେଖାଅ। ଏମିତି କହି କିଛି ସମୟ ଦୋକାନ ଯାଞ୍ଚ କରିବା ପରେ ବିଭିନ୍ନ ଗହଣା ଦୋକାନରୁ ଆସି ମେଲଟିଂ ହୋଇ ରଖାଯାଇଥିବା ସୁନା ଡବା ସହ ଜଣେ ଦୋକାନୀ କର୍ମଚାରୀଙ୍କୁ ଗାଡ଼ିରେ ବସାଇ ଭୁବନେଶ୍ବର ଅଭିମୁଖେ ବାହାରିଲେ। ଅନୁଗୁଳ କାଲଟାକ୍ସ ଛକ ନିକଟରେ ଦୋକାନୀ କର୍ମଚାରୀଙ୍କୁ ଛାଡ଼ି ଛୁ ମାରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ