Friday, June 19, 2026
37 C
Odisha

    ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି ଓଝା, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ କଲେ ଦାବି

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡା : ମୋଦିଙ୍କୁ ଚାମେଲିଙ୍କ ଚିଠି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ତିଖିର ସରପଞ୍ଚ ଚାମେଲି ଓଝା । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି । ଏହା ସହ ଘରକୁ ଯାଇ ପୁଣି କାର୍ଯ୍ୟରେ ଯୋଗ ଦେବେ । ବିରୋଧ କରୁଥିବା ଲୋକଙ୍କ ସହ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ଚାମେଲି । ଅନ୍ୟପଟେ ମହାକାଳପଡା ବିଡିଓଙ୍କ ଅଫିସରେ ୧୧ ତାରିଖରେ କଣ ହୋଇଥିଲା ? କିଏ କାହାକୁ ଗାଳି କରିଥିଲା ? ସାମ୍ନାକୁ ଆସିଲା ଆଉ ଏକ ଭିଡିଓ । ଚାମେଲି ମୋବାଇଲ ଫେରି ପାଇବା ପରେ ପ୍ରତିଦିନ ଆସୁଛି ନୂଆ ନୂଆ ଭିଡିଓ । ଆଜିର ଭିଡିଓରେ ଦେଖିବାକୁ ମିଳିଛି କିଛି ଲୋକ ଓ ଚାମେଲିଙ୍କ ମଧ୍ଯରେ ପାଟିତୁଣ୍ଡ ଯୁକ୍ତିତର୍କ ହେଉଛି । ବିଡିଓଙ୍କ ସହିତ ଆଲୋଚନା କରିବାକୁ ଯାଇଥିବା ବେଳେ ଘଟିଥିଲା ଏହି ବିବାଦୀୟ ଘଟଣା ।

    ସେହିପରି ଗତକାଲି ଚାମେଲି ଓଝାଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ SDJM କୋର୍ଟ । ପୋଲିସକୁ ଆକ୍ରମଣ ମାମଲାରେ ମିଳିଛି ଜାମିନ୍ । ୩୦ ହଜାର ଟଙ୍କା ଓ ୨ ଜାମିନ୍‌ଦାରଙ୍କ ବଦଳରେ ମିଳିଲା ଜାମିନ୍ । ଆଜି ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଫୋନ ଫେରାଇଥିଲେ ମହାକାଳପଡ଼ା ପୋଲିସ । ଚାମେଲିଙ୍କ ବାପାକୁ ଡାକି ଫୋନ୍ ଫେରାଇଥିଲେ ମହାକାଳପଡ଼ା ଆଇଆଇସି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ