Wednesday, October 1, 2025
24.2 C
Odisha

    ପୂର୍ଣ୍ଣିମାଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ, ଶ୍ବଶୁର ଘର ଲୋକେ ଥାନାରେ ଅଟକ

    ଆଗକୁ ପଢନ୍ତୁ

    ସୋର: ଭଉଣୀ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନି ଭଉଣୀ । କାନ୍ଦି କାନ୍ଦି ଗଡ଼ିଯାଉଛି । ମୋ ଭଉଣୀକୁ ନିର୍ଯାତନା ଦେଇ ମାରିଦେଲେ । ତାର କିଛି ଦୋଷ ନଥିଲା । ତା ସ୍ବାମୀର ମୃତ୍ୟୁ ପରେ ତା ଶ୍ବଶୁର ଘର ଲୋକେ ତାକୁ ମାରି ଦେଇଛନ୍ତି । ଏମିତି କିଛି କହି କାନ୍ଦୁଥାନ୍ତି ମୃତକଙ୍କ ଭଉଣୀ । ….ପୁଣି ବଧୂ ହତ୍ୟା ଅଭିଯୋଗ । ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ବୋହୂକୁ ଜୀବନରୁ ମାରିଦେଲେ ଶ୍ବଶୁର ଘର ଲୋକେ । ଏମିତି କିଛି ଅଭିଯୋଗ ଆଣିଛନ୍ତି ମୃତ ବଧୂଙ୍କ ବାପଘର ଲୋକେ ।

    ମହିଳାଙ୍କୁ ନିଆଁ ଲଗାଇ ହତ୍ୟା କରାଯାଇଥିବା ନେଇ ବାପଘର ଲୋକେ ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁପାରୀ ପଞ୍ଚାୟତ ହାତିମୁଣ୍ଡା ଗାଁରେ । ଏହି ଗାଁର ପ୍ରଫୁଲ୍ଲ ରାଉତ ଦୀର୍ଘ ୨୩ ବର୍ଷ ତଳେ ଶାଳଗଢିଆ ଗାଁର ପୂର୍ଣ୍ଣିମା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ହସଖୁସିରେ ଚଳୁଥିଲା ପରିବାର । କିନ୍ତୁ ଗତ ଦୁଇ ବର୍ଷ ତଳେ ପ୍ରଫୁଲ୍ଲ କୌଣସି କାରଣକୁ ନେଇ ଜୀବନ ହାରିଥିଲେ । ପରେ ପୂର୍ଣ୍ଣିମାଙ୍କ ଉପରେ ଶ୍ବଶୁର, ଶାଶୁ ଓ ଦିଅର ଶାରୀରିକ ଓ ମାନଶିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିବା ପୂର୍ଣ୍ଣିମାଙ୍କ ବାପଘର ଲୋକେ ଅଭିଯୋଗ ଆଣିଛନ୍ତି । ପ୍ରତ୍ୟକ ଦିନ ଶ୍ବଶୁର ଘର ଲୋକ ମାରପିଟ କରୁଥିବା ନେଇ ପୂର୍ଣ୍ଣିମା ତାଙ୍କ ପରିବାର ଲୋକଙ୍କ ନିକଟରେ ଜଣାଇଥିଲେ । ଗତକାଲି ରାତିରେ ଶ୍ବଶୁର କୈଳାଶ ରାଉତ, ଦିଅର ଗୋପାଳ ଚନ୍ଦ୍ର ରାଉତ ଓ ଶାଶୁ ମିଶିକି ବୋହୁର ହତ୍ୟା କରିଥିବା ନେଇ ପୂର୍ଣ୍ଣିମାଙ୍କ ପରିବାର ଲୋକ ଖଇରା ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ପୂର୍ଣ୍ଣିମାଙ୍କ ଶ୍ବଶୁର ବୋହୂ ମୃତ୍ୟୁ ବିଷୟରେ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି ।

    ଅଭିଯୋଗ ପରେ ଆଡିସନାଲ ଏସ୍ ପି ଗାୟତ୍ରୀ ପ୍ରଧାନ, ଡିଏସପି ନିର୍ମଳା ଗୋଚ୍ଛାୟତ, ଏସଡିପିଓ ପ୍ରମୋଦ ମଲ୍ଲିକ ଓ ଖଇରା ଆଇଆଇସି ଶୁଚିନ୍ଦ୍ର କୁମାର ମହାଳିକ ଓ ବାଲେଶ୍ୱର ସାଇଣ୍ଟିଫିକ ଟିମ୍ ପହଞ୍ଚି ଛାନଭିନ କରିବା ସହ କିରାସିନି ଜାର ଜବତ କରିଛନ୍ତି । ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଛି । ପୋଲିସ ଶଶୁର, ଶାଶୁ ଏବଂ ଦିଅରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

    ମୃତ ମହିଳାଙ୍କର ବିବାହିତ ଦୁଇ ଝିଅ ସମେତ ୧୨ ବର୍ଷ ପୁଅ ଥିବା ଜଣା ପଡ଼ିଛି । ପୂର୍ବରୁ ପ୍ରଫୁଲ୍ଲ ରାଉତଙ୍କ ଜୀବନ ଯାଇଥିବାବେଳେ ଏବେ ପୂର୍ଣ୍ଣିମାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । ପୂର୍ଣ୍ଣିମାଙ୍କ ମୃତ୍ୟୁ କେମିତି ହେଲା ତାର କାରଣ ଖୋଜୁଛି ପୋଲିସ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    88 %
    0.9kmh
    29 %
    Tue
    24 °
    Wed
    29 °
    Thu
    27 °
    Fri
    28 °
    Sat
    28 °

    ସମ୍ବନ୍ଧିତ