Thursday, April 2, 2026
26.4 C
Odisha

    ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ

    ଆଗକୁ ପଢନ୍ତୁ

    ସମ୍ବଲପୁର : ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ପ୍ରତିଷ୍ଠିତ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସ୍ନାୟୁ ଜନିତ ରୋଗରେ ପୀଡିତ ଅଛନ୍ତି ଡ଼ ରାସେଶ୍ୱରୀ l ତାଙ୍କ ବାସଭବନରେ ଡାକ୍ତର କାଞ୍ଚନ ରାୟ ଓ ଅନ୍ୟ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି । ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ବୁର୍ଲା ଭିମସାର (VIMSAR) ଏବଂ ସମ୍ବଲପୁରରେ ସେ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସେବା କରିଆସିଛନ୍ତି । ୨୦୧୪ ମସିହାରେ ସେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ନିକଟରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ରାଜନୀତିରୁ କିଛିଟା ଦୂରରେ ରହି ସାମାଜିକ କାର୍ଯ୍ୟରେ ନିୟୋଜିତ ଥିଲେ  ।  ତାଙ୍କ ଅସୁସ୍ଥତା ଖବର ପ୍ରସାରିତ ହେବା ପରେ ସମ୍ବଲପୁର ତଥା ଆଖପାଖ ଅଞ୍ଚଳର ଶୁଭେଚ୍ଛୁ ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ