Wednesday, October 28, 2026
21.8 C
Odisha

    ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା, ଜଗିବେ ବ୍ଲାକ କମାଣ୍ଡୋ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଥର ବିଧାନସଭା ଜଗିବେ ବ୍ଲାକ କମାଣ୍ଡୋ । ଚଳିତ ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା । ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଜଗିବେ ୩୪ ପ୍ଲାଟୁନ ପୋଲିସ ଫୋର୍ସ । ଗୋଟିଏ ସ୍ପେସାଲ୍ ଟାକ୍ଟିକାଲ ୟୁନିଟ୍ ନିୟୋଜିତ ହେବେ ।  ୮ଜଣ ଅତିରିକ୍ତ ଡିସିପି ଙ୍କ ସହ ୨୪ଜଣ ଏସିପି, ୨୭ଜଣ ଇନସ୍ପେକ୍ଟର ଓ ୧୧୦ ଜଣ ଏସଆଇ ଓ ଏସଆଇ ସହ ୫୫ଜଣ ମହିଳା କନଷ୍ଟେବଳ ସୁରକ୍ଷାରେ ନିୟୋଜିତ ହେବେ । ଏଥିସହ ଡଗ ସ୍କ୍ୱାଡ୍ ସହ ଫାୟାର ୟୁନିଟ ଓ ଆମ୍ବୁଲାନ୍ସ ମୁତୟନ ହେବ । ସିସିଟିଭି ସହ ଓ୍ବାଚ କାରବାରରେ ଜଗିବେ ବନ୍ଧୁକଧାରି ପୋଲିସ । ରୁଫ୍ ଟପ୍ ସିକୁରିଟ ମଧ୍ୟ ଆୟୋଜିତ ହୋଇଛି । ଏନେଇ ସୁରକ୍ଷାର ତଦାରଖ କରୁଛନ୍ତି ସିପି ଓ ବରିଷ୍ଠ ପୋଲିସ ଅଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    21.8 ° C
    21.8 °
    21.8 °
    95 %
    7.1kmh
    100 %
    Wed
    22 °
    Thu
    23 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ