ନୂଆଦିଲ୍ଲୀ : ଦୀର୍ଘ ୯ ମାସ ଧରି ମହାକାଶରେ ରହିଥିବା ସୁନିତାଙ୍କ ଘରବାହୁଡା ସାରା ପୃଥିବୀବାସୀଙ୍କୁ ଖୁସି ଦେଇଛି । ଆଉ ସୁନିତା ବି ମାଟିକୁ ଛୁଇଁବାର ସେହି ପ୍ରତୀକ୍ଷିତ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି । ତେବେ ୬୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସଙ୍କ ଘର ବାହୁଡା ନେଇ ସମସ୍ତେ ଖୁସି ଥିବା ବେଳେ ପୃଥିବୀରେ ପାଦ ଦେବା ପରେ ତାଙ୍କ ସାମ୍ଭାବ୍ୟ ସ୍ବାସ୍ଥ୍ୟ ସମସ୍ୟା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଦୀର୍ଘ ୯ ମାସ ଧରି ମହାକାଶରେ ଜୀବନ ବିତାଇଥିବା ସୁନିତାଙ୍କୁ ପୃଥିବୀରେ ହଠାତ୍ ଆସି ଅବତରଣ କରିବା ଏବଂ ତା ପରବର୍ତ୍ତୀ ସମୟ ଅତିବାହିତ ସରିବା ଉଭୟ ସ୍ବାସ୍ଥ୍ୟ ଏବଂ ଅଭ୍ୟାସଗତ ସମସ୍ୟା ସୃଷ୍ଟି କରିପାରେ । ନଜର ପକାନ୍ତୁ ପୃଥିବୀରେ ପାଦ ଦେବା ପରେ ସୁନିତା କେଉଁ ସମସ୍ୟା ଭୋଗିପାରନ୍ତି…
-ସୁନିତାଙ୍କ ପାଇଁ ସହଜ ହେବନି ମାଟିରେ ଚାଲିବା
-ହରାଇ ସାରିଥିବେ ମାଟିରେ ଚାଲିବା ପାଇଁ ଆବଶ୍ୟକ ହେଉଥିବା ବଳ ଏବଂ ନିୟନ୍ତ୍ରଣ କ୍ଷମତା
-ମହାକାଶରେ ଅଧିକ ଦିନ ରହିଯିବାରୁ ତାଙ୍କ ପାଦ ତଳର ମୋଟା ଚମଡା ଆଉ ନଥିବ, ତେଣୁ ଚାଲିବାରେ ସମସ୍ୟା ହେବ
-ଛୋଟ ପିଲା ଚାଲି ଶିଖିବା ପରି ସୁନିତା ମଧ୍ୟ ବେଶ କିଛି ଦିନ ଯାଏଁ ପିଲାଙ୍କ ପରି ଚାଲି ଶିଖିବେ
-ମହାକାଶରେ ଚାଲିବାର ଅଭ୍ୟାସ ନଥିବାରୁ ତାଙ୍କୁ ଚାଲିବା ପୁନଶ୍ଚ ଶିକ୍ଷା କରିବାକୁ ପଡିପାରେ
-ମହାକାଶରେ ସବୁବେଳେ ଉଡିବା ସ୍ଥିତିରେ ମହାକାଶଚାରୀ ଥାନ୍ତି, ତେଣୁ ପୃଥିବୀରେ ସୁନିତାଙ୍କୁ ଚାଲିବା ପାଇଁ ଦେହରେ ବଳ ଫେରି ପାଇବାକୁ ୬ରୁ ୭ ସପ୍ତାହ ଲାଗିପାରେ
-ଏହି ବଳ ଫେରି ପାଇବାକୁ ତାଙ୍କୁ ବ୍ୟାୟାମ ଏବଂ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡିବ
-ମହାକାଶରେ ବେଶି ଦିନ ରହିଲେ ହାଡ, ମାଂସପେଶୀ ଉପରେ ପ୍ରଭାବ ପଡେ ତେଣୁ ପୃଥିବୀରେ ପାଦ ଦେବା ପରେ ତାଙ୍କୁ କିଛି ଦିନ ସଙ୍ଗରୋଧ ସହ ନିରୀକ୍ଷଣରେ ରଖାଯିବ ଏବଂ ବ୍ୟାୟାମ କରାଯିବ
-ସୁନିତାଙ୍କୁ ମାଡିବସିପାରେ ଗ୍ରାଭିଟି ସିକନେଶ, ଯେଉଁଥି ପାଇଁ ମୁଣ୍ଡ ବୁଲାଇବା, ମୁଣ୍ଡ ଭାରି ଲାଗିବା ସହ ବାନ୍ତି ମଧ୍ୟ ହୋଇପାରେ
-ମହାକାଶରୁ ଫେରିବା ପରେ ମହାକାଶଚାରୀ ଅଚେତ ବି ହୋଇପାରନ୍ତି
-ଦୃଷ୍ଟିଶକ୍ତି ଦୁର୍ବଳ ଏବଂ କିଡନୀ ଷ୍ଟୋନର ଆଶଙ୍କା ଥାଏ
-ରକ୍ତରେ ଡବ୍ଲୁବିସିର ପରିମାଣ କମି ଯାଇପାରେ
-ମହାକାଶରେ ସୌର ବିକିରଣର ସାମ୍ନା କରିଥିବାରୁ କର୍କଟ ଏବଂ ମସ୍ତିସ୍କ ସମସ୍ୟା ମଧ୍ୟ ଦେଖା ଦେଇପାରେ