Thursday, April 9, 2026
32 C
Odisha

    ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ ସିଲିଣ୍ଡର:ଯୋଗାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ ସିଲିଣ୍ଡର । ୫ କେଜି ଗ୍ୟାସ ବିତରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ଛାତ୍ରଛାତ୍ରୀ ଓ ଶ୍ରମିକମାନେ ନିଜର ପରିଚୟ ପତ୍ର ଦେଖାଇ ନେଇ ପାରିବେ ଗ୍ୟାସ୍‌ ସିଲିଣ୍ଡର । କ୍ୟାମ୍ପ ଓ ପେଟ୍ରୋଲ ପମ୍ପରୁ ୫ କେଜି ଗ୍ୟାସ୍ ସିଲିଣ୍ଡର ନେଇପାରିବେ । ୫ କେଜି ନୂଆ ସିଲିଣ୍ଡର ନେଲେ ୧ ହଜାର ୫୩୭ ଟଙ୍କା ଏବଂ ରିଫିଲ ପାଇଁ ୫୯୩ ଟଙ୍କା ଦେବାକୁ ହେବ । ରିଫିଲ୍ ପାଇଁ କୌଣସି କଟକଣା ନାହିଁ । ଏବେ ପ୍ରଚୁର ପରିମାଣରେ ଗ୍ୟାସ୍‌ ମହଜୁଦ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଆଇଓସିଏଲ୍ ଓଡ଼ିଶା ମୁଖ୍ୟ କମଳ ସିଲ୍ ମଧ୍ୟ ସୂଚନା ଦେଇଛନ୍ତି ଯେ, ଘରୋଇ ଗ୍ୟାସ୍ ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ବୁକିଂର ୭ ଦିନ ମଧ୍ୟରେ ଗ୍ୟାସ୍ ନପହଞ୍ଚିଲେ ଉପଭୋକ୍ତାଙ୍କୁ ଅଭିଯୋଗ କରିବାକୁ ଅପିଲ୍ କରିଛନ୍ତି । ସେ ମଧ୍ୟ କହିଛନ୍ତି, ୫ କେଜି ସିଲିଣ୍ଡରର କୌଣସି ଅଭାବ ନାହିଁ । କଲେଜ, ଶିଳ୍ପାଞ୍ଚଳ ଓ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଲଗାଇ ଛୋଟ ସିଲିଣ୍ଡର ବଣ୍ଟନ ବ୍ୟବସ୍ଥା କରାଯାଇଛି । ପ୍ଲାଣ୍ଟରେ ପୂର୍ବରୁ ଗ୍ୟାସ ରିଫିଲ୍ କରି ମହଜୁଦ ରଖାଯାଇଛି । କମର୍ସିଆଲ୍ ଗ୍ୟାସର ୭୦ ପ୍ରତିଶତ ଯୋଗାଣ କରାଯାଉଛି । ମେଡିକାଲ, କଲେଜ ଓ ଅଙ୍ଗନବାଡ଼ିକୁ ଶତ ପ୍ରତିଶତ ଯୋଗାଣ ଜାରି ରହିଛି ।
    ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍‌ ସିଲିଣ୍ଡର୍‌
    ୫ କେଜି ଗ୍ୟାସ୍‌ ବିତରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା
    ନିଜ ପରିଚୟ ପତ୍ର ଦେଖାଇ ନେଇହେବ ୫ କେଜି ଗ୍ୟାସ୍‌ ସିଲିଣ୍ଡର୍‌
    ଛାତ୍ରଛାତ୍ରୀ ଓ ଶ୍ରମିକମାନେ ୫ କେଜି ଗ୍ୟାସ୍ ସିଲିଣ୍ଡର୍‌ ନେଇପାରିବେ
    କ୍ୟାମ୍ପ୍‌ ଓ ପେଟ୍ରୋଲ୍‌ ପମ୍ପରୁ ୫ କେଜି ଗ୍ୟାସ୍ ସିଲିଣ୍ଡର୍‌ ନେଇପାରିବେ
    ନୂଆ ୫ କେଜି ସିଲିଣ୍ଡର୍‌ ନେଲେ ୧ ହଜାର ୫୩୭ ଟଙ୍କା ଦେବାକୁ ହେବ
    ୫ କେଜି ସିଲିଣ୍ଡର୍‌ ରିଫିଲ୍‌ ପାଇଁ ୫୯୩ ଟଙ୍କା ଦେବାକୁ ହେବ
    ୫ କେଜି ସିଲିଣ୍ଡର୍‌ରେ ରିଫିଲ୍ ପାଇଁ କୌଣସି କଟକଣା ନାହିଁ
    ପ୍ରଚୁର ପରିମାଣରେ ଗ୍ୟାସ୍‌ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ
    କଲେଜ, ଶିଳ୍ପାଞ୍ଚଳ ଓ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍‌ ଲଗାଯାଇଛି
    କ୍ୟାମ୍ପ୍‌ଗୁଡ଼ିକରେ ଛୋଟ ସିଲିଣ୍ଡର୍‌ ବଣ୍ଟନ ବ୍ୟବସ୍ଥା କରାଯାଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32 ° C
    32 °
    32 °
    35 %
    0.9kmh
    87 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ