Thursday, September 17, 2026
25 C
Odisha

    ପେନ୍ କିଲର କେମିତି ଜାଣେ ଯନ୍ତ୍ରଣାର ସ୍ଥାନ? ଜାଣନ୍ତୁ ରହସ୍ୟ

    ଆଗକୁ ପଢନ୍ତୁ

    ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ, ଫୁଲିଗଲେ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ସେଠାରେ ଥିବା ନର୍ଭ ବା ସ୍ନାୟୁ ଯନ୍ତ୍ରଣା ସମ୍ପର୍କିତ ସିଗନାଲ୍ ମସ୍ତିଷ୍କକୁ ପଠାଇଥାଏ । ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ, ଫୁଲିଗଲେ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ସେଠାରେ ଥିବା ନର୍ଭ ବା ସ୍ନାୟୁ ଯନ୍ତ୍ରଣା ସମ୍ପର୍କିତ ସିଗନାଲ୍ ମସ୍ତିଷ୍କକୁ ପଠାଇଥାଏ । ମସ୍ତିଷ୍କ ଏହି ସିଗନାଲକୁ ବୁଝିବା ପରେ ଆମକୁ ଯନ୍ତ୍ରଣା ଅନୁଭବ ହୁଏ । କିନ୍ତୁ ଏଠାରେ ଏକ ପ୍ରଶ୍ନ ଆସେ- ଆମେ ପେନ୍ କିଲର ଖାଇଲେ ଏହା କେମିତି ଜାଣେ ଯେ ଯନ୍ତ୍ରଣା ମୁଣ୍ଡରେ ଅଛି, ପେଟରେ ଅଛି ନା ଗୋଡ଼ରେ?
    ସତ କଥା ହେଉଛି, ପେନ୍ କିଲରକୁ ଯନ୍ତ୍ରଣା କେଉଁଠି ହେଉଛି ତାହା ଜଣା ନଥାଏ । ତେବେ ଏହା ଶରୀରରେ ଯନ୍ତ୍ରଣା ସୃଷ୍ଟି କରୁଥିବା ପ୍ରକ୍ରିୟାକୁ କମାଇ ଆମକୁ ଆରାମ ଦେଇଥାଏ ।

    ଶରୀରରେ ଆଘାତ କିମ୍ବା ଫୁଲା ହେଲେ କିଛି ରାସାୟନିକ ପଦାର୍ଥ ବା କେମିକାଲ୍ ତିଆରି ହୁଏ । ଏଥିରେ ପ୍ରୋଷ୍ଟାଗ୍ଲାଣ୍ଡିନ୍ ଏକ ମୁଖ୍ୟ ପଦାର୍ଥ। ଏହା ସ୍ନାୟୁକୁ ଅଧିକ ସମ୍ବେଦନଶୀଳ କରିଦିଏ । ଫଳରେ ଯନ୍ତ୍ରଣାର ସିଗନାଲ୍ ଶୀଘ୍ର ମସ୍ତିଷ୍କରେ ପହଞ୍ଚେ ଏବଂ ଆମକୁ ଅଧିକ ଯନ୍ତ୍ରଣା ଅନୁଭବ ହୁଏ । ଏହି ପ୍ରକ୍ରିୟା ପ୍ରକୃତରେ ଶରୀରର ଏକ ପ୍ରକାର ସୁରକ୍ଷା ବ୍ୟବସ୍ଥା । ଯନ୍ତ୍ରଣା ମାଧ୍ୟମରେ ଶରୀର ଆମକୁ ସଙ୍କେତ ଦିଏ ଯେ କୌଣସି ସ୍ଥାନରେ ସମସ୍ୟା ହୋଇଛି ଏବଂ ସେହି ସ୍ଥାନକୁ ଅଧିକ କ୍ଷତିରୁ ବଞ୍ଚାଇବା ଦରକାର ।

    ପେନ୍ କିଲର ଖାଇବା ପରେ ଏହାର ସକ୍ରିୟ ଉପାଦାନ ପେଟ ଓ ଅନ୍ତନଳୀରୁ ଶରୀରରେ ଶୋଷିତ ହୋଇ ରକ୍ତରେ ମିଶିଯାଏ । ରକ୍ତ ଏହାକୁ ଶରୀରର ବିଭିନ୍ନ ଅଂଶକୁ ପହଞ୍ଚାଇଥାଏ । ତେଣୁ ପେନ୍ କିଲରକୁ ଯନ୍ତ୍ରଣାର ସ୍ଥାନ ଖୋଜିବାକୁ ପଡ଼େ ନାହିଁ । ଏହା ରକ୍ତ ମାଧ୍ୟମରେ ସାରା ଶରୀରରେ ପହଞ୍ଚିଯାଏ । ଅନେକ ସାଧାରଣ ପେନ୍ କିଲର ଶରୀରରେ ପ୍ରୋଷ୍ଟାଗ୍ଲାଣ୍ଡିନ୍ ତିଆରି ହେବା ପ୍ରକ୍ରିୟାକୁ କମାଇଥାଏ । ଫଳରେ ଯନ୍ତ୍ରଣା ଓ ଫୁଲା ଧୀରେ ଧୀରେ କମିଥାଏ । ପେନ୍ କିଲର ସାରା ଶରୀରରେ ଘୁରୁଥିଲେ ମଧ୍ୟ ଆରାମ ମୁଖ୍ୟତଃ ଯେଉଁଠି ଯନ୍ତ୍ରଣା ହେଉଛି ସେଠାରେ ଅନୁଭବ ହୁଏ ।

    କାରଣ, ଆଘାତ କିମ୍ବା ଫୁଲା ହୋଇଥିବା ସ୍ଥାନରେ କେମିକାଲ୍ ଆକ୍ଟିଭିଟି ଅଧିକ ଥାଏ । ପେନ୍ କିଲର ଏହି ପ୍ରକ୍ରିୟାକୁ କମାଇଥିବାରୁ ସେହି ସ୍ଥାନରେ ଯନ୍ତ୍ରଣା କମିଥିବା ଅନୁଭବ ହୁଏ । କିଛି ମେଡିସିନ୍ ପ୍ରୋଷ୍ଟାଗ୍ଲାଣ୍ଡିନ୍ କମାଇଥାଏ, ଆଉ କିଛି ମେଡିସିନ୍ ସିଧାସଳଖ ସ୍ନାୟୁ କିମ୍ବା ମସ୍ତିଷ୍କର ଯନ୍ତ୍ରଣା ସିଗନାଲ୍ ଉପରେ ପ୍ରଭାବ ପକାଏ । ସେଥିପାଇଁ ସବୁ ପ୍ରକାର ଯନ୍ତ୍ରଣା ପାଇଁ ଗୋଟିଏ ପେନ୍ କିଲର ଉପଯୋଗୀ ହୋଇନଥାଏ ।

    ପେନ୍ କିଲର ଖାଇବା ସବୁବେଳେ ସୁରକ୍ଷିତ କି?
    ପେନ୍ କିଲରକୁ ବାରମ୍ବାର କିମ୍ବା ଅଧିକ ମାତ୍ରାରେ ଖାଇବା ଠିକ୍ ନୁହେଁ । କିଛି ପେନ୍ କିଲରର ଅଧିକ ବ୍ୟବହାର ପେଟ, କିଡନୀ ଓ ଲିଭର ଭଳି ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇପାରେ।ତେଣୁ ଯନ୍ତ୍ରଣା ହେଲେ ନିଜ ଇଚ୍ଛାରେ ବାରମ୍ବାର ପେନ୍ କିଲର ଖାଇବା ପରିବର୍ତ୍ତେ ଡାକ୍ତର କିମ୍ବା ଫାର୍ମାସିଷ୍ଟଙ୍କ ପରାମର୍ଶ ନେବା ଉଚିତ । ସରଳ ଭାଷାରେ ବୁଝିବାକୁ ଗଲେ, ପେନ୍ କିଲର ଯନ୍ତ୍ରଣା କେଉଁଠି ଅଛି ତାହା ଜାଣେ ନାହିଁ । ମେଡିସିନ୍ ରକ୍ତ ମାଧ୍ୟମରେ ସାରା ଶରୀରରେ ପହଞ୍ଚି ଯନ୍ତ୍ରଣା ସୃଷ୍ଟି କରୁଥିବା ପ୍ରକ୍ରିୟାକୁ କମାଇଥାଏ । ଏହି କାରଣରୁ ଆମକୁ ଯନ୍ତ୍ରଣା ଥିବା ସ୍ଥାନରେ ଆରାମ ମିଳେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    88 %
    1.3kmh
    40 %
    Wed
    25 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ