Sunday, March 22, 2026
32.5 C
Odisha

    ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା, ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ । ଶଙ୍କରର ସମ୍ପତ୍ତି ଦେଖି କ୍ରାଇମବ୍ରାଞ୍ଚ ତାଜୁବ । ପଞ୍ଚସଫ୍ଟ କମ୍ପାନୀର ଅନୁସନ୍ଧାନ ସମୟରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଦିନ ମଜୁରିଆରୁ ବିପୁଳ ସମ୍ପତ୍ତିର ମାଲିକ ପାଲଟିଛି ଶଙ୍କର । ଦାମୀ ଗାଡି, ବିଳାସପୂର୍ଣ୍ଣ ଘର, କମ୍ପାନୀ, ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ଫାର୍ମ ହାଉସ୍ ଓ ଅନ୍ୟାନ୍ୟ ସମ୍ପତ୍ତି ରହିଛି।

    ଛତ୍ରପୁର ରଘୁନାଥପୁରରେ ପତ୍ନୀ ଦୀପ୍ତିମୟୀଙ୍କ ନାଁରେ ଥିବା ଜମିର ମୂଲ୍ୟ ପ୍ରାୟ ୧୦ କୋଟି ହେବ। ବିଗବସ୍ ରେଡ୍ଡୀର ଆଶୀର୍ବାଦରୁ ଜାଲିଆତି କରି କୋଟିପତି ପାଲଟିଥିଲା ଶଙ୍କର। ବିଭିନ୍ନ ଅପରାଧ ସହ ଜଡିତ ଥିବା ରେଡ୍ଡୀ ଶଙ୍କରକୁ ଶିଖାଇଥିଲା ଜାଲିଆତି ତରିକା । ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ସାମ୍ନାକୁ ଆସିବା ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏଯାଏ ମାମଲାରେ ୧୨୩ ଜଣ ଗିରଫ ହୋଇଛନ୍ତି । ତେବେ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଏବେ ବି ଫେରାର ଅଛି। ରାଜ୍ୟ ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁପାରିସ କରିଛନ୍ତି । ହେଲେ ଏଯାଏ ବିଧିବଦ୍ଧ ଭାବେ ସିବିଆଇ ତଦନ୍ତ ଆରମ୍ଭ କରିନାହିଁ ।

    ଖୁବଶୀଘ୍ର ଏତଲା ରୁଜୁ ସହ ସିବିଆଇ ତଦନ୍ତ ଆରମ୍ଭ କରିବାର ସମ୍ଭାବନା ରହିଛି । ଘଟଣାର ତଦନ୍ତ ପାଇଁ ଆସନ୍ତା ସୋମବାର ଦିଲ୍ଲୀରୁ ଆସିବେ ସିବିଆଇ ଅଧିକାରୀ । ଦିଲ୍ଲୀ ଅଧିକାରୀମାନେ ପହଞ୍ଚିବା ପରେ ତଦନ୍ତ ତ୍ବରାନିତ ହେବ । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି । ଏଥିରେ ପଞ୍ଚସଫ୍ଟ ଓ ସିଲିକନର ମିଳିତ ସହଯୋଗରେ ଅନିୟମିତତା ହୋଇଥିବା ଉଲ୍ଲେଖ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ