Wednesday, February 4, 2026
30.1 C
Odisha

    ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲା, ଜାମିନ ଆବେଦନର ଶୁଣାଣି ୨୦ ତାରିଖକୁ ଘୁଞ୍ଚିଲା

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଜାମିନ ଆବେଦନର ଶୁଣାଣି ୨୦ ତାରିଖକୁ ଘୁଞ୍ଚିଲା । ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ଶଙ୍କର ପୃଷ୍ଟି ସମେତ ମୋଟ ୭ ଜଣଙ୍କ ଜାମିନ ଆବେଦନର ଶୁଣାଣି ବ୍ରହ୍ମପୁର ଭିଜିଲାନ୍ସ କୋର୍ଟରେ ଆଜି ହେବାର ଥିଲା l ଏହି କେଳେଙ୍କାରୀର ମୁଖ୍ୟ କୁହାଯାଉଥିବା ଶଙ୍କର ପୃଷ୍ଟିଙ୍କ ସମେତ ସୁରେଶ ନାୟକ, ଅରବିନ୍ଦ ଦାସଙ୍କ ଶୁଣାଣି ଆସନ୍ତା ୨୦ ତାରିଖକୁ ଘୁଞ୍ଚିଲା  l

    ଅନ୍ୟ ପଟେ ଦୁଇ ଏଜେଣ୍ଟ ଟଫିନ ଅହମଦ ଖାନ, ବିଶ୍ୱରଞ୍ଜନ ବେହେରା ଓ ଦୁଇ ପରୀକ୍ଷାର୍ଥୀ ଶେଖର ସାହୁ ଓ ପ୍ରକାଶ ସାହୁଙ୍କ ଜାମିନ ଆବେଦନର ଶୁଣାଣି ହୋଇ ସାରିଛି । ଏଵେ କେବଳ ରାୟକୁ ଅପେକ୍ଷା l ରିମାଣ୍ଡରେ ଥିବା ବେଳେ ଶଙ୍କରକୁ ପଚରାଉଚରା ବେଳେ ସେ ସତ କହୁନଥିବା କ୍ରାଇମ ବ୍ରାଞ୍ଚ ସନ୍ଦେହ କରିଥିଲା  l ଶଙ୍କରର ପଲିଗ୍ରାଫ ପରୀକ୍ଷା କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ରହ୍ମପୁର jmfc ଗ୍ରାମୀଣ କୋର୍ଟରେ ଆବେଦନ କରାଯାଇଥିଲା  l

    ସେହି ଆବେଦନର ଶୁଣାଣି ହୋଇ ପାରିନାହିଁ  l  ଏପଟେ ଏହି ପରୀକ୍ଷା ଜାଲିଆତିର ତଦନ୍ତ ଏଣିକି ସିବିଆଇ କରିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସିବିଆଇ ଦଳ ଖୁବଶୀଘ୍ର ବ୍ରହ୍ମପୁରରେ ପହଞ୍ଚିବେ ବୋଲି ଜଣାପଡିଛି l ଏସବୁ ଭିତରେ କ୍ରାଇମବ୍ରାଞ୍ଚ ଟିମ ଶଙ୍କର ର ଅନ୍ୟତମ ସହଯୋଗୀ ସାଗର ଗୌଡ଼ କୁ ଗିରଫ କରିଛି  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    20 %
    2.1kmh
    45 %
    Wed
    29 °
    Thu
    32 °
    Fri
    32 °
    Sat
    31 °
    Sun
    32 °

    ସମ୍ବନ୍ଧିତ