Thursday, October 9, 2025
23.6 C
Odisha

    ପୋଲିସ ଏସ ଆଇ ଚାକିରି ଦୁର୍ନିତି, ବାଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବାଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ । OPRB ଚାକିରି ଦୁର୍ନିତି କେଳେଙ୍କାରି ନେଇ ମାରିଲେ ଛାପା । କ୍ରାଇମବ୍ରାଞ୍ଚର CB CID ଟିମ୍ ପହଂଚି କରିଛନ୍ତି ତନାଘନା‌ । ସିଆରପିଏଫ୍ ସ୍ଥିତ ବାଣିକ କୋଚିଂ ଅନୁଷ୍ଠାନରେ ରେଡ ହୋଇଛି ।

    ପ୍ରକାଶଯୋଗ୍ୟ, ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ ଥିବା ଜଣାପଡିଛି । ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍ । ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର । ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍ । କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼ ତଥ୍ୟ । ସିଣ୍ଡିକେଟ ମେମ୍ବର ବିଶ୍ବ ରଞ୍ଜନ ବେହେରା ଗିରଫ । ଘର ବାରଙ୍ଗ ବିଦ୍ୟାଧରପୁର ଅଞ୍ଚଳରେ ।

    ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା ବିଶ୍ବରଞ୍ଜନ। ସକାଳେ ଆଉ ଦୁଇ ଦଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ। ଗିରଫଦାରୀ ସଂଖ୍ୟ ୧୨୦ରେ ପହଞ୍ଚିଛି । ତଦନ୍ତ ଜୋଦାର କଲା କ୍ରାଇମବ୍ରାଞ୍ଚ । ଗିରଫଦାରୀ ଆହୁରି ବଢ଼ିବ । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ବରେ ଆଗକୁ ବଢ଼ିବ ତଦନ୍ତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    91 %
    1.1kmh
    87 %
    Thu
    24 °
    Fri
    29 °
    Sat
    29 °
    Sun
    29 °
    Mon
    29 °

    ସମ୍ବନ୍ଧିତ