Wednesday, April 16, 2025
22.6 C
Odisha

    ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେଉଛି ଶୀତଳ ବାମ୍ଫ ସେବା, ମନକୁ ପହଞ୍ଚାଉଛି ଶିଥିଳତା

    ଆଗକୁ ପଢନ୍ତୁ

    ପୁରୀ : ଓହୋ କି ଶାନ୍ତି! କି ଆରାମ । ଶୀତଳ ବାମ୍ପ ଚିକିତ୍ସା ନେବା ପରେ ସମସ୍ତଙ୍କ ପାଟିରୁ ଏହା ସ୍ଵତଃ ପ୍ରବୃତ୍ତ ବାହାରୁଥିଲା । ଶାନ୍ତି ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ପଣା ସଂକ୍ରାନ୍ତିରେ ମଧ୍ୟ ଟାଉନ ହଲ ଛକରେ ଆରମ୍ଭ ହୋଇଛି ଶୀତଳ ବାମ୍ଫ ଚିକିତ୍ସା । ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଏହି ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । କିନ୍ତୁ ଏହି ତାତିରେ ମନକୁ ଶିଥିଳତା ପହଞ୍ଚାଉଛି ଶୀତଳ ବାମ୍ଫ । ଗୋଟିଏ ଛୋଟ ପାଉଡର ଡ଼ବା, ଅତର ବୋତଲ, ବରଫ ସହ ଖଣ୍ଡେ ଟାୱେଲ ଆଉ ପାଣି ସ୍ପ୍ରେୟାରଟିଏ ଏତିକି ସାମଗ୍ରୀରେ ଆରମ୍ଭ ହୋଇଥାଏ ସେବା ।

    ପ୍ରଥମେ ମୁହଁରେ ପାଣି ସ୍ପ୍ରେ ହୁଏ । ପରେ ବରଫ ଯୁକ୍ତ ଏକ ଟାୱେଲରେ ମୁହଁକୁ ପୋଛି ତାକୁ ମୁଣ୍ଡ ଉପରେ କିଛି ସମୟ ଛାଡ଼ି ଦିଆଯାଏ । ଏ ଟାୱେଲଟିକୁ ଚନ୍ଦନ, ଅଗୁର, କର୍ପୂର ଭଳି ସୁବାସିତ ଥଣ୍ଡା ଜଳରେ ବୁଡାଇ ରଖାଯାଇଥାଏ । ତାର ଏହି ସୁଗନ୍ଧରେ ଆତ୍ମତୃପ୍ତି ମିଳିଥାଏ। ଆଉ ତା ସାଙ୍ଗକୁ ଥଣ୍ଡା ପାଉଡର ଏବଂ ସେଣ୍ଟ ଲାଗିଗଲେ ସୁବାସରୁ ମିଳିଥାଏ ଶାନ୍ତି । ସେ ବାଟୋଇ ହୁଅନ୍ତୁ କି ଜିଲ୍ଲାର ଅଧିକାରୀ, ସମସ୍ତେ ଏହି ସେବାର ପ୍ରଶଂସକ । ଏହି ସେବା ଦ୍ୱାରା ଲୋକଙ୍କ ମନ ଓ ଦେହକୁ ଶାନ୍ତି ମିଳିଥାଏ ।

    ଶାନ୍ତି ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯାଉଛି ଏହି ଶୀତଳ ବାମ୍ଫ ସେବା । ସମସ୍ତେ କୁହନ୍ତି ବାମ୍ଫ କେମିତି ଶୀତଳତା ଦେବ ହେଲେ ଶାନ୍ତି ଅନୁଷ୍ଠାନ ତରଫରୁ ପୁରୀରେ ଦିଆଯାଉଥିବା ଏହି ବାମ୍ଫ ସେବା ନିଆରା । ଯିଏ ଅନୁଭବ କରିଛି, ସିଏ ହିଁ ଜାଣିଛି ଏହାର ମହତ୍ତ୍ୱ । ଗତକାଲି ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶାନ୍ତି ପକ୍ଷରୁ ହନୁମାନ ଜୟନ୍ତୀ ତଥା ଓଡିଆ ନବ ବର୍ଷ ଅବସରରେ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ଲାଗି ପଥଚାରୀଙ୍କୁ ଶୀତଳ ବାମ୍ଫ ପ୍ରଦାନ କରାଯାଇଛି । ଏହି ଶୀତଳ ସେବା ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

    ବର୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ପୁରୀରେ ମଧ୍ୟ ପ୍ରବଳ ମାତ୍ରାରେ ଗରମ ଅନୁଭୂତ ହେଉଛି । ଗ୍ରୀଷ୍ମ ଉତ୍ତାପରୁ ପଥଚାରୀଙ୍କୁ ଉପଶମ ଦେବା ଲାଗି ଅନୁଷ୍ଠାନ ଶାନ୍ତି ପକ୍ଷରୁ ନିଆରା ଢଙ୍ଗରେ ଶୀତଳ ସେବା ପ୍ରଦାନ କରାଯାଇଛି । ଥଣ୍ଡା ଟାୱାଲ ସାଙ୍ଗକୁ କର୍ପୁର, ଆଗୁରୁ ବିଭିନ୍ନ ଶୀତଳ ପଦାର୍ଥ ବ୍ୟବହାର କରି ପୁରୀକୁ ଆସିଥିବା ଭକ୍ତ ପର୍ଯ୍ୟଟକ ଓ ପଥଚାରୀଙ୍କୁ ଏହି ଶୀତଳ ସେବା ପ୍ରଦାନ କରାଯାଇଛି । ଯାହାକୁ ଖୁବ ଉପଭୋଗ କରିଛନ୍ତି ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.6 ° C
    22.6 °
    22.6 °
    68 %
    1.5kmh
    2 %
    Wed
    35 °
    Thu
    40 °
    Fri
    42 °
    Sat
    43 °
    Sun
    43 °

    ସମ୍ବନ୍ଧିତ