Sunday, September 20, 2026
24.1 C
Odisha

    ପ୍ରତିଦିନ କରନ୍ତୁ ‘ଜିଭ’ ବ୍ୟାୟାମ; ଗିଳିବା ଓ ଘୁଙ୍ଗୁଡ଼ି ସମସ୍ୟାରୁ ପାଆନ୍ତୁ ମୁକ୍ତି!

    ଆଗକୁ ପଢନ୍ତୁ

    ମଣିଷ ଶରୀରରେ ‘ଜିଭ’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯିଏ ସ୍ୱାଦ ଚାଖିବାରେ ସାହାଯ୍ୟ କରିଥାଏ। ଖାଲି ସେତିକି ନୁହେଁ, ଖାଦ୍ୟ ଚୋବାଇବାରେ ପ୍ରମୁଖ ଭୂମିକା ନେଇଥାଏ। ତେଣୁ ଶରୀର ଅନ୍ୟ ଅଙ୍ଗ ପରି ‘ଜିଭ’ର ଯତ୍ନ ନିହାତି ଆବଶ୍ୟକ। ତାହାହେଲେ ଆସନ୍ତୁ କରିବା ଜିଭ ବ୍ୟାୟାମ। ଯଦି ଆପଣ ୪୦ ସେକେଣ୍ଡ ପାଇଁ ଜିଭ ବାହାର କରି ରଖିନ୍ତି, ତା’ହେଲେ ପାଇବେ ଅନେକ ଫାଇଦା। ମୁଖ ସ୍ୱାସ୍ଥ୍ୟ ଓ ମାଂସପେଶୀ ସମ୍ବନ୍ଧୀୟ ଗବେଷଣାରୁ ଜଣାପଡିଛି; ଜିଭ ବ୍ୟାୟାମ ମୁଖ, ଗଳା ଓ ମୁହଁର ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।

    ଜିଭ ବ୍ୟାୟାମ କରିବା ଦ୍ୱାରା ଜିଭ ଓ ଓରୋଫେସିଆଲ୍ (ମୁଖ ଓ ମୁହଁ) ମାଂସପେଶୀର କାର୍ଯ୍ୟକାରିତା ଉନ୍ନତ ହୋଇଥାଏ। କେତେକ ଅଧ୍ୟୟନରୁ ଜଣାପଡ଼ିଛି, ଏପରି ବ୍ୟାୟାମ ଗିଳିବା କ୍ଷମତା ଓ ପାଟିରେ ମାଂସପେଶୀ ନିୟନ୍ତ୍ରଣକୁ ବୃଦ୍ଧି କରିପାରେ। କେତେକ କ୍ଷେତ୍ରରେ ଘୁଙ୍ଗୁଡ଼ି କିମ୍ବା ସ୍ଲିପ୍ ଏନ୍‌ପିଆ ସହିତ ଜଡିତ ଲକ୍ଷଣ ଗୁଡ଼ିକୁ କମ କରିପାରେ।

    ୪୦ ସେକେଣ୍ଡ ଜିଭ ବାହାର କରି ରଖିବାର ଲାଭ

    ଜିଭ ବାହାର କରି ରଖିବା ସହିତ ଜଡିତ ବ୍ୟାୟାମକୁ ଜିଭ ବ୍ୟାୟାମ କିମ୍ବା ଓରୋଫାରିଞ୍ଜିଆଲ୍ ବ୍ୟାୟାମ କୁହାଯାଏ। ଅନେକ ଅଧ୍ୟୟନ ଓ ରିପୋର୍ଟରୁ ଜଣାପଡିଛି; ଏହା ପ୍ରତିଦିନ କରିବା ଦ୍ୱାରା ଜିଭ ମାଂସପେଶୀକୁ ମଜବୁତ କରିବାଠାରୁ ଆରମ୍ଭ କରି ବିଭିନ୍ନ ଲାଭ ମିଳିଥାଏ।
    ଆସନ୍ତୁ ସେଗୁଡ଼ିକ ଉପରେ ନଜର ପକାଇବା।

     

     

    ଜିଭ ମାଂସପେଶୀକୁ ମଜବୁତ କରେ: ୨୦୨୨ ମସିହାରେ ହୋଇଥିବା ଏକ ପରୀକ୍ଷଣରୁ ଜଣାପଡିଛି; ନିୟମିତ ଜିଭ ବ୍ୟାୟାମ କରିବା ଦ୍ୱାରା ଜିଭ ଶକ୍ତି ଓ ଗିଳିବା କ୍ଷମତାକୁ ଉନ୍ନତ ହୋଇଥାଏ। ଗିଳିବା ପ୍ରକ୍ରିୟା ବୃଦ୍ଧି ପାଏ।

    ଘୁଙ୍ଗୁଡ଼ି ନହେବା ଓ ନିଦରେ ସହାୟକ ହୋଇଥାଏ: ୨୦୨୪ ମସିହାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି; ପ୍ରତିଦିନ ପ୍ରାୟ ୧୦ ମିନିଟ୍ ପାଇଁ ଓରୋଫାରିଞ୍ଜିଆଲ୍ ବ୍ୟାୟାମ କରିବା ଦ୍ୱାରା ସ୍ଲିପ୍ ଏନ୍‌ପିଆ ଇଣ୍ଡେକ୍ସ (ଏଏଚ୍‌ଆଇ)ରେ ଉନ୍ନତି ଆସିଥାଏ। ଏହା ଘୁଙ୍ଗୁଡ଼ିରୁ ମୁକ୍ତି ଦେବାରେ ମଧ୍ୟ ସାହାଯ୍ୟ କରିଥାଏ।

    ମୁଖ ଓ ଗଳା ମାଂସପେଶୀକୁ ମଜବୁତ କରେ: ଦୈନିକ ଜିଭ ବ୍ୟାୟାମ କରିବା ଦ୍ୱାରା ଜିଭ ମୋଟର ନିୟନ୍ତ୍ରଣ ଏବଂ ନ୍ୟୁରୋମାସ୍କୁଲାର କାର‌୍ୟ୍ୟ କଳାପରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ। (ମୋଟର ନିୟନ୍ତ୍ରଣ ଓ ନ୍ୟୁରୋମାସ୍କୁଲାର ଅର୍ଥ ହେଉଛି- ଆମର ମସ୍ତିଷ୍କ, ସ୍ନାୟୁ ଏବଂ ମାଂସପେଶି ମିଶି ଜିଭର ଗତିବିଧିକୁ ନିୟନ୍ତ୍ରଣ କରନ୍ତି। କଥା କହିବା, ଖାଦ୍ୟ ଗିଳିବା ଏବଂ ଚୋବାଇବା ପାଇଁ ଏହା ଅତ୍ୟନ୍ତ ଜରୁରୀ) ଗବେଷକମାନେ ଏହି ବ୍ୟାୟାମଗୁଡ଼ିକୁ ଓରୋଫେସିଆଲ୍ (ମୁଖ ଓ ମୁହଁ) ଶକ୍ତି ତାଲିମ ପାଇଁ ଲାଭଦାୟକ ଭାବରେ ଚିହ୍ନଟ କରିଛନ୍ତି।

    ଜିଭ ଶକ୍ତି ବୃଦ୍ଧି ପାଇପାରେ: ୮ ସପ୍ତାହ ଧରି କରାଯାଉଥିବା ଦୈନିକ ଜିଭ ବ୍ୟାୟାମ ଜିଭକୁ ମଜବୁତ କରେ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି, ଏକ ଶକ୍ତିଶାଳୀ ଜିଭ ଗଳା ଓ ପାଟିର ମାଂସପେଶୀକୁ ସମର୍ଥନ କରିଥାଏ। ଯାହା କିଛି ଲୋକଙ୍କୁ ନିଶ୍ୱାସ ନେବା ଓ ଗିଳିବାରେ ଲାଭଦାୟକ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    94 %
    1.1kmh
    92 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ