କଟକ : ଜମୁଛି କଟକର ଐତିହାସିକ ବାଲିଯାତ୍ରା । ବୁଲାବୁଲି ସହ କିଣାକିଣିର ମଜା ନେଉଛନ୍ତି ଦର୍ଶକ । ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଛି ଜିରୋ ଗ୍ରାଭିଡ଼ି ଦୋଳି । ପ୍ରଥମଥର ପାଇଁ କଟକ ବାଲିଯାତ୍ରାରେ ଜିରୋ ଗ୍ରାଭିଡି ଦୋଳି ପଡିଛି । ଦୋଳିର ମୂଲ୍ୟ ୧୫୦ଟଙ୍କା ରହିଥିବା ବେଳେ ଦର୍ଶକ ମାନେ ଭରପୁର ଆନନ୍ଦ ଉଠାଇଛନ୍ତି ।
ସୂଚନା ଥାଉକି, ଗତକାଲି କଟକ ଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମେଳାକୁ ଉଦଘାଟନ କରିଥିଲେ । କଟକ ସିଲଭର ସିିଟି ବୋଟିଂ କ୍ଲବରୁ ସ୍ବତନ୍ତ୍ର ଡଙ୍ଗା କଳିଙ୍ଗ ତରଙ୍ଗିଣୀରେ ଯାଇ ଗଡ଼ଗଡ଼ିଆ ଘାଟରେ ପହଞ୍ଚିଥିଲେ । ସେଠାରେ ବୋଇତ ଭସାଇବା ସହ ପାରମ୍ପରିକ ପରମ୍ପରାକୁ ମନେ ପକାଇଥିଲେ ।
ପରେ ORMAS ଷ୍ଟଲ ଉଦଘାଟନ କରିଥିଲେ । ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦୀପ ଜାଳି ବିଧିବଦ୍ଧି ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ସମାରୋହରେ ରାଜ୍ଯପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଥିଲେ । ୮ ଦିନ ଧରି ଚାଲିବ କଟକ ପ୍ରସିଦ୍ଧ ବାଲିଯାତ୍ରା । ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବାଣିଜ୍ୟିକ ଷ୍ଟଲ୍ , ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି ।
