Monday, March 30, 2026
27.4 C
Odisha

    ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ବି ଟାଙ୍କିରେ ତେଲ ମିଳିବ: ପରିବହନ ପୋର୍ଟାଲରେ ହେବ ସଂଶୋଧନ

    ଆଗକୁ ପଢନ୍ତୁ

    କଟକ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଟାଙ୍କିରେ ଗାଡ଼ିକୁ ତେଲ ପକାଇବାକୁ ଅନୁମତି ନ ଦେବା ସଂପର୍କିତ ସରକାରୀ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ପଦୂଷଣ ପରୀକ୍ଷା ପାଇଁ ପିୟୁସି କେନ୍ଦ୍ରକୁ ଯାଉଥିବା ଗାଡ଼ିଗୁଡ଼ିକ ପୂର୍ବରୁ ରହିଥିବା ଚାଲାଣ ପୈଠ କରିବା ପାଇଁ ବାଧ୍ୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଚାଲାଣ ଥିଲେ ମଧ୍ୟ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର ମିଳିବାରେ ଯେପରି କୌଣସି ବାଧା ସୃଷ୍ଟି ନ ‌ହୁଏ ତାହା ସୁନିଶ୍ଚିତ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏ ନେଇ ପରିବହନ ପୋର୍ଟାଲରେ ରହିଥିବା ବ୍ୟବସ୍ଥାରେ ସଂଶୋଧନ କରି ଜନସାଧାରଣଙ୍କୁ ଅବଗତ କରିବା ପାଇଁ ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଏହି ପ୍ରସଙ୍ଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଓ ଜଷ୍ଟିସ୍‌ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ସ୍ନିଗ୍ଧା ପାତ୍ରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏ ନେଇ ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରଞ୍ଜନ କୁମାର ରାଉତ ସୂଚନା ଦେଇଛନ୍ତି।
    ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଟାଙ୍କିରେ ମୋଟରଯାନକୁ ତେଲ ପକାଇବାକୁ ଅନୁମତି ନ ଦେବା ସଂପର୍କିତ ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ସହିତ ତୈଳ କମ୍ପାନିଗୁଡ଼ିକୁ ଏ ନେଇ ଅବଗତ କରାଯାଇଛି। ଏଥି ସହିତ ପେଟ୍ରୋଲ ପମ୍ପଗୁଡ଼ିକରେ ପ୍ରଦୂଷଣ ରୋକାଯିବା ପ୍ରସଙ୍ଗରେ ତଥା ନିୟମାବଳୀ ପାଳନ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଗାଡ଼ିକୁ ଟାଙ୍କିରେ ପେଟ୍ରୋଲ, ଡିଜେଲ ପକାଇବାକୁ ଅନୁମତି ଦିଆଯିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତିର ବୈଧତାକୁ ଚ୍ୟାଲେଞ୍ଜ କରି ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ