Sunday, October 4, 2026
24.6 C
Odisha

    ଆଭ୍ୟନ୍ତରରେ ଥଣ୍ଡା ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଉପକୂଳରେ ଶୀତ କମୁଥିବା ବେଳେ ପଶ୍ଚିମ ଓଡ଼ିଶାରୁ ମଧ୍ୟ ଶୀତ କମିବାର ଲାଗିଛି। କିନ୍ତୁ ଆଭ୍ୟନ୍ତରର କିଛି କିଛି ସ୍ଥାନରେ ଜାଡ଼ ଏବେ ବି ଜାରି ରହିଛି। ଘୁ ଉଦୟଗିରି ଏବେ ବି ୬.୮ ଡିଗ୍ରି ସର୍ବନିମ୍ନ ପାରଦ ସ୍ତରରେ ରହିଛି। ଆସନ୍ତା ୩ ଦିନରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଫଳରେ ଶୀତ ଆହୁରି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା କିଛି ଦିନ ଶୀତ ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ଡ. ପଶୁପାଳକଙ୍କ ସୂଚନା ମୁତାବକ, ଚଳିତ ବର୍ଷ ଲା-ନିନା ଓ ପୋଲାର୍‌ ଭୋଟେକ୍ସର ସମଷ୍ଟି ଯୋଗୁଁ ଉତ୍ତର ଗୋଲାର୍ଦ୍ଧର ବିଭିନ୍ନ ଦେଶ ସହ ଭାରତ ଓ ଓଡ଼ିଶାରେ ମଧ୍ୟ ଶୀତଋତୁ ଅଧିକ ସମୟ ରହିବାର ସମ୍ଭାବନା ରହିଛି। ଲା ନିନା ଯୋଗୁଁ କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗରରେ ତାପମାତ୍ରା କମ୍‌ ରହିଛି। ବିଶ୍ବସ୍ତରରେ ବାୟୁ ପ୍ରବାହ ଓ ପାଣିପାଗ ପ୍ରଭାବିତ ହୋଇଛି। ଫଳତଃ ଉତ୍ତର ଓ କେନ୍ଦ୍ରୀୟ ଭାରତରେ ହିମାଳୟ/ସାଇବେରିଆରୁ ଆସୁଥିବା ପବନ ଅଧିକ ଥଣ୍ଡା ରହୁଛି। ଚଳିତ ବର୍ଷ ଓଡ଼ିଶା ସମେତ ପୂର୍ବ ଭାରତରେ ମଧ୍ୟ ଥଣ୍ଡା ଅଧିକ ରହିଛି।
    ତେବେ ଲା ନିନା ସହ ଉତ୍ତର ମେରୁ ଅଞ୍ଚଳରୁ ସୃଷ୍ଟି ହୋଇଥିବା ପୋଲାର ଭୋଟେକ୍ସ ପ୍ରଭାବ ଦେଖିବାକୁ ମିଳିବ। ପୋଲାର ଭୋଟେକ୍ସ କହିଲେ, ଉପର ବାୟୁମଣ୍ଡଳରେ ଥଣ୍ଡା ବାୟୁର ଜେଟ୍‌ ଷ୍ଟ୍ରିମ୍‌ ପ୍ରବାହିତ ହେବ। ଚଳିତ ବର୍ଷ ଏହା ଦକ୍ଷିଣ ଆଡ଼କୁ ଗତି କରି ମଧ୍ୟ ଅକ୍ଷାଂଶ ପର୍ଯ୍ୟନ୍ତ ଆସିବ। ଫଳରେ ଥଣ୍ଡା ଅଧିକ ଦେବା ସହ ଶୀତ ଋତୁ ଅଧିକ ସମୟ ରହିବାର ଆକଳନ କରାଯାଉଛି। ୧୯୮୪, ୧୯୯୬ ଓ ୨୦୧୦ ମସିହାରେ ଏହିପରି ସ୍ବାଭାବିକଠାରୁ ଅଧିକ ଥଣ୍ଡା ବିଶ୍ବସ୍ତରରେ ଦେଖାଯାଇଥିଲା। ସାରା ରାଜ୍ୟରେ ଏବେ ଥଣ୍ଡା ରାତି ସହ ସ୍ବାଭାବିକଠାରୁ କମ୍‌ ତାପମାତ୍ରା ରହିବାର ସମ୍ଭାବନା ରହିଛି। କୋରାପୁଟ ଭଳି ଆଭ୍ୟନ୍ତର ଅଞ୍ଚଳରେ ଥଣ୍ଡା ଜାରି ରହିବ। ଫେବ୍ରୁଆରି ପ୍ରଥମ ସପ୍ତାହ ପରେ ଥଣ୍ଡା ଅଧିକ କମିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ