ଭୁବନେଶ୍ୱର : ପ୍ରଦୂଷଣ ପ୍ରମାଣପତ୍ର ପ୍ରସଙ୍ଗରେ ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ । ବେଆଇନ ଜରିମାନା ଆଦାୟକୁ ବିରୋଧ କରି କଂଗ୍ରେସର ଆନ୍ଦୋଳନ । ରାଜଧାନୀରେ କଂଗ୍ରେସ ପକ୍ଷରୁ ସାଇକେଲ ରାଲି । ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । କିଛି କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ । ନିୟମ ପ୍ରତ୍ୟାହାର ନହେବା ଯାଏଁ ବିରୋଧ ଜାରି ରହିବ ବୋଲି ଦଳ ଚେତାବନୀ ଦେଇଛି ।
କଂଗ୍ରେସର ବିକ୍ଷୋଭ ପ୍ରସଙ୍ଗରେ ପାଲଟା ଟାର୍ଗେଟ କରିଛନ୍ତି ପରିବହନ ମନ୍ତ୍ରୀ । ସେ କହିଛନ୍ତି ଛାଟ ପଡିବା ପରେ ଅମାନିଆ ବେସି କହୁଛନ୍ତି । ମିଡ଼ିଆରେ ରହି ଲୋକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାଁହୁଛନ୍ତି । ପରିବେଶକୁ ଦୃଷ୍ଟିରେ ରଖି PUCC ସାର୍ଟିଫିକେଟ କରାଇବା ବାଧ୍ୟତାମୂଳକ କରାଯାଇଛି । ଚାଳକମାନଙ୍କୁ ମାର୍ଚ୍ଚ ମାସ ପର୍ଯନ୍ତ ସରକାର ସମୟ ଦେଇଛନ୍ତି ବୋଲି ମନ୍ତ୍ରୀ ବଭୂତି ଭୂଷଣ ଜେନା କହିଛନ୍ତି ।

