Sunday, February 1, 2026
29 C
Odisha

    ପ୍ରଦୂଷଣ ପ୍ରମାଣପତ୍ର ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରଦୂଷଣ ପ୍ରମାଣପତ୍ର ପ୍ରସଙ୍ଗରେ ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ । ବେଆଇନ ଜରିମାନା ଆଦାୟକୁ ବିରୋଧ କରି କଂଗ୍ରେସର ଆନ୍ଦୋଳନ । ରାଜଧାନୀରେ କଂଗ୍ରେସ ପକ୍ଷରୁ ସାଇକେଲ ରାଲି । ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । କିଛି କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ । ନିୟମ ପ୍ରତ୍ୟାହାର ନହେବା ଯାଏଁ ବିରୋଧ ଜାରି ରହିବ ବୋଲି ଦଳ ଚେତାବନୀ ଦେଇଛି ।

    କଂଗ୍ରେସର ବିକ୍ଷୋଭ ପ୍ରସଙ୍ଗରେ ପାଲଟା ଟାର୍ଗେଟ କରିଛନ୍ତି ପରିବହନ ମନ୍ତ୍ରୀ । ସେ କହିଛନ୍ତି ଛାଟ ପଡିବା ପରେ ଅମାନିଆ ବେସି କହୁଛନ୍ତି । ମିଡ଼ିଆରେ ରହି ଲୋକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାଁହୁଛନ୍ତି । ପରିବେଶକୁ ଦୃଷ୍ଟିରେ ରଖି PUCC ସାର୍ଟିଫିକେଟ କରାଇବା ବାଧ୍ୟତାମୂଳକ କରାଯାଇଛି । ଚାଳକମାନଙ୍କୁ ମାର୍ଚ୍ଚ ମାସ ପର୍ଯନ୍ତ ସରକାର ସମୟ ଦେଇଛନ୍ତି ବୋଲି ମନ୍ତ୍ରୀ ବଭୂତି ଭୂଷଣ ଜେନା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    34 %
    2.1kmh
    95 %
    Sun
    30 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ