Thursday, July 9, 2026
26.4 C
Odisha

    ଶୀତଳ ଷଷ୍ଠୀ ପାଇଁ ୨୦ରେ ସମ୍ବଲପୁରରେ ଛୁଟି, କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡ ପଡିଲା ବାଦ୍‌

    ଆଗକୁ ପଢନ୍ତୁ

    ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ୨୦ରେ ସମ୍ବଲପୁରରେ ଛୁଟି । ଆସନ୍ତା ୨୦ ତାରିଖରେ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍ ସହ ସ୍କୁଲ ଛୁଟି ରହିବ । ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନ । କିନ୍ତୁ ଜିଲ୍ଲାର ଅନ୍ୟ ଅଞ୍ଚଳରେ ହେବନି ଛୁଟି । କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡ ଶୀତଳ ଷଷ୍ଠୀ ଛୁଟିରୁ ବାଦ୍‌ ।

    ସେପଟେ ଶୀତଳ ଷଷ୍ଠୀ ପାଇଁ ସଜେଇ ହେଲଣି ସହରର ମନ୍ଦିର। ଯାତ୍ରାକୁ ଆକର୍ଷଣୀୟ କରିବାକୁ ଛୁଟିଲେଣି କଳାକାର । ବିଭିନ୍ନ ପ୍ରକାରର ମେଢ଼ ପ୍ରସ୍ତୁତି ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥରର ଶୀତଳଷଷ୍ଠୀ ଯାତ୍ରାରେ ୭ ହଜାର କଳାକାରଙ୍କ ସମାଗମ ହେବ ।
    ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ତଥା ଶୀତଳଷଷ୍ଠୀ ଯାତ୍ରା ପାଇଁ ସବୁଠି ଚଳଚଞ୍ଚଳ । ଆଉ ଦୁଇଦିନର ଅପେକ୍ଷା, ସାରା ସହର ଦେଖିବ ମହାଦେବ ଓ ମାତା ପାର୍ବତୀଙ୍କ ମାନବୀୟ ଲୀଳା । ମୂର୍ତ୍ତି ଓ ପ୍ରଜ୍ଞାପନ ମେଢ଼ ଆଦିରେ ଶେଷ ସ୍ପର୍ଷ ଦେଉଛନ୍ତି କାରିଗର । ସମ୍ବଲପୁରର ଗଳିକନ୍ଦିରେ ଦେଖିବାକୁ ମିଳିବ କଳା, ସଂସ୍କୃତିର ଅପୂର୍ବ ଦୃଶ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.4 ° C
    26.4 °
    26.4 °
    86 %
    1.6kmh
    100 %
    Thu
    26 °
    Fri
    30 °
    Sat
    27 °
    Sun
    28 °
    Mon
    29 °

    ସମ୍ବନ୍ଧିତ