Thursday, August 27, 2026
29.9 C
Odisha

    କେନିଆ ପାଇଁ ଭାରତ ସର୍ବାଧିକ ତୈଳ ରପ୍ତାନିକାରୀ ରାଷ୍ଟ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୟୁଏଇ ଓ ସାଉଦି ଆରବକୁ ପଛରେ ପକାଇ କେନିଆ ପାଇଁ ସବୁଠାରୁ ବଡ଼ ପେଟ୍ରୋଲିୟମ୍ ଯୋଗାଣକାରୀ ଦେଶ ପାଲଟିଛି। ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ବିବାଦ ଓ ହର୍ମୁଜ ପ୍ରଣାଳୀ ଆଞ୍ଚଳିକ ପରିବହନ ବାଧାପ୍ରାପ୍ତ ହେବା ଯୋଗୁଁ କେନିଆ ନିଜର ଇନ୍ଧନ ଆମଦାନୀ ପାଇଁ ଭାରତ ଉପରେ ଅଧିକ ନିର୍ଭରଶୀଳ ହୋଇଛି। ପୂର୍ବରୁ କେନିଆ ନିଜର ଅଧିକାଂଶ ପେଟ୍ରୋଲ ଓ ଡିଜେଲ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଓ ସାଉଦି ଆରବରୁ ଆମଦାନୀ କରୁଥିଲା। ଭାରତୀୟ ବିଶୋଧନାଗାରଗୁଡ଼ିକରୁ ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକର ରପ୍ତାନି ବୃଦ୍ଧି ପାଇଛି ଫଳରେ ଭାରତ ଆଫ୍ରିକୀୟ ଦେଶ କେନିଆକୁ ପେଟ୍ରୋଲିୟମ ଯୋଗାଣ କ୍ଷେତ୍ରରେ ଶୀର୍ଷ ସ୍ଥାନ ହାସଲ କରିପାରିଛି। ଏହା ଦ୍ୱାରା ଆଫ୍ରିକା ମହାଦେଶରେ ଭାରତର ଶକ୍ତି ବାଣିଜ୍ୟ ଓ କୂଟନୈତିକ ସମ୍ପର୍କ ଆହୁରି ସୁଦୃଢ଼ ହେବା ସହ ଭାରତୀୟ ବିଶୋଧନାଗାର କମ୍ପାନୀଗୁଡ଼ିକୁ ବଡ଼ ବ୍ୟାବସାୟିକ ଫାଇଦା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    73 %
    2.2kmh
    99 %
    Thu
    30 °
    Fri
    28 °
    Sat
    28 °
    Sun
    25 °
    Mon
    23 °

    ସମ୍ବନ୍ଧିତ