ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ । ଚଳିତବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ‘ପାର୍ବତୀ ଗିରି’ଙ୍କ କଥା କହିଲେ ମୋଦି । ୨୦୨୫ରେ ଭାରତକୁ ଅନେକ ସଫଳତା ମିଳିଛି । କ୍ରୀଡ଼ାକ୍ଷେତ୍ରରେ ଝିଅମାନେ ଗୌରବ ଆଣିଛନ୍ତି ।
ନୂଆ ସଂକଳ୍ପ ସହ ଭାରତକୁ ଆଗକୁ ନେବାକୁ ପଡ଼ିବ । ମନ୍ କି ବାତ୍ ରେ ‘ପାର୍ବତୀ ଗିରି’ଙ୍କ କଥା କହିଲେ ନରେନ୍ଦ୍ର ମୋଦି । ୧୬ ବର୍ଷରେ ପାର୍ବତୀ ଗିରି ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୨୦୨୬ରେ ‘ପାର୍ବତୀ ଗିରି’ଙ୍କ ଜନ୍ମ ଶତାବ୍ଦୀ ପାଳନ କରାଯିବ । ସମାଜସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ । ‘ ପାର୍ବତୀ ଗିରି’ ବହୁତ ଅନାଥ ଆଶ୍ରମ ତିଆରି କରିଥିଲେ । ତାଙ୍କ ଜୀବନଶୈଳୀ ସବୁ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

