Sunday, March 22, 2026
23.1 C
Odisha

    ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଭେଟିଲେ ରାଜକପୁରଙ୍କ ପରିବାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ବଲିଉଡର କପୁର ପରିବାର ୧୦ ଡିସେମ୍ବରରେ ମୁମ୍ବାଇର କାଲୀନା ଏୟାର ପୋର୍ଟରୁ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି, ଅଭିନେତା ରାଜ କପୁର ସାହେବଙ୍କ ୧୦୦ ତମ ଜନ୍ମ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ବଲିଉଡର ଶୋ ମ୍ୟାନ ଭାବରେ ରାଜ କପୁର ଭାରତୀୟ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ଛାଡି ଯାଇଛନ୍ତି, ଯାହାକି ସୁପର ହିଟ ଚଳଚିତ୍ର ସହିତ ଦର୍ଶକଙ୍କ ମଧ୍ୟରେ ଆଜି ମଧ୍ୟ ପ୍ରିୟ ହୋଇ ରହିଛି। ତାଙ୍କର ୧୦୦ ତମ ଜନ୍ମ ଦିବସ ଉପଲକ୍ଷେ କପୁର ପରିବାର ଭାରତର ୪୦ ଟି ସହରରେ ୧୩୫ ଟି ସିନେମା ହଲରେ ତାଙ୍କର ୧୦ ଟି ପ୍ରତିଷ୍ଠିତ ଚଳଚିତ୍ରକୁ ପ୍ରଦର୍ଶନ କରି ଗୋଟିଏ ଭବ୍ୟ ସମାରୋହର ଆୟୋଜନ କରୁଛି ଯାହାକି ପିବିଆର -ଆଇନକ୍ସ ଓ ସିନେ ପଲିସ ଭଳି ଅତ୍ୟାଧୁନିକ ସିନେମା ଘରେ ପ୍ରଦର୍ଶନ କରାଯିବ। କପୁର ପରିବାର ଓ ହିନ୍ଦୀ ସିନେମା ପାଇଁ ଏହା ଗୋଟିଏ ଉତ୍ସବର ମୁହୂର୍ତ, କାହିଁକି ନା ଶୋ ମ୍ୟାନ ରାଜ କପୁର ୧୦୦ ବର୍ଷ ପୂରଣ ହୋଇଛି। ତେଣୁ କପୁର ପରିବାର ଏହାକୁ ଭବ୍ୟ ଭାବରେ ପାଳନ କରିବାର ସ୍ଥିର କରିଛି ଏବଂ ଭାରତର ସିନେମା ପ୍ରେମୀ ଆଜିର ଯୁଗରେ ମଧ୍ୟ ରାଜ କପୁରଙ୍କ ଚଳଚିତ୍ର ଗୁଡିକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିପାରିବେ।

    ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ପାଇଁ କରିନା କପୁର ଖାନ , ଆଲିଆ ଭଟ , ରଣବୀର କପୁର, ନିତୁ କପୁର ଓ କରିସ୍ମା କପୁର ଦିଲ୍ଲୀ ଯାତ୍ରା କରିଛନ୍ତି। ସମସ୍ତଙ୍କୁ ପାରମ୍ପରିକ ପୋଷାକରେ ମୁମ୍ବାଇର କାଲୀନା ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ୧୩ ଡିସେମ୍ବରରୁ ୧୫ ଡିସେମ୍ବର ମଧ୍ୟରେ ଗୋଟିଏ ଫେଷ୍ଟିଭାଲ ଆୟୋଜନ କରାଯିବ, ଯେଉଁଥିରେ ରାଜ କପୁରଙ୍କ ପ୍ରସିଦ୍ଧ ଚଳଚିତ୍ର ଦେଖିବାକୁ ମିଳିବ।ଏହାକୁ ନେଇ ରଣବୀର କପୁର କହିଛନ୍ତି ଯେ ‘ମୁଁ ଯେତେବେଳେ ପ୍ରଥମ ଥର ଆଲିଆଙ୍କ ସହିତ ସାକ୍ଷାତ କଲି ସେ ମୋତେ ପଚାରି ଥିଲେ କିଶୋର କୁମାର କିଏ? ଏହା ଜୀବନର ଚକ୍ର, ଲୋକେ ନୂଆ କଳାକାରଙ୍କୁ ଦେଖି ପୁରୁଣା କଳାକାରଙ୍କୁ ଭୁଲି ଯାଇ ଥାଆନ୍ତି ତେଣୁ କେବଳ ରାଜ କପୁର ନୁହନ୍ତି ଏଭଳି ଅନେକ କଳାକାର ଓ ଚଳଚିତ୍ର ପ୍ରଯୋଜକ ଏଭଳି ମଧ୍ୟ ଅଛନ୍ତି ଯେଉଁ ମାନଙ୍କର ଆମେ ଜୟନ୍ତୀ ପାଳନ କରିବା ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.1 ° C
    23.1 °
    23.1 °
    53 %
    1.4kmh
    64 %
    Sat
    22 °
    Sun
    33 °
    Mon
    35 °
    Tue
    37 °
    Wed
    39 °

    ସମ୍ବନ୍ଧିତ