Saturday, August 2, 2025
31.4 C
Odisha

    ପ୍ରଭାବଶାଳୀ ହରିଡା ସେବନ କରିବାର ଫାଇଦା ଏବଂ ଉପାୟ

    ଆଗକୁ ପଢନ୍ତୁ

    ବର୍ଷା ଋତୁରେ ବିଶେଷ କରି ପେଟ ସମ୍ବନ୍ଧୀୟ ସମସ୍ୟା ବେଶୀ ଦେଖିବାକୁ ମିଳିଥାଏ । ଥଣ୍ଡା, କାଶ ଏବଂ ଜ୍ବର ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ଯେଉଁଥି ପାଇଁ ଅନେକ ସମୟରେ ମେଡିସିନ୍ କିଣି ଖାଇଥାଉ । କିନ୍ତୁ ପୂର୍ବରୁ ଏହି ସବୁ ସମସ୍ୟା ପାଇଁ ହରିଡ଼ାକୁ ଔଷଧ ଭାବେ ବ୍ୟବହାର କରୁଥିଲେ । ଅଁଳା, ବାହାଡା, ହରିଡ଼ାକୁ ତ୍ରିଫଳା ଭାବେ ଜଣାଯାଏ । ଅନ୍ୟ ପକ୍ଷରେ ଆୟୁର୍ବେଦ ଶାସ୍ତ୍ରରେ ଏମାନଙ୍କୁ ରାଜା ବୋଲି ମଧ୍ୟ କୁହାଯାଇଥାଏ । ଯାହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ବେଷ୍ଟ ହୋଇଥାଏ । ତେବେ ଆସନ୍ତୁ ହରିଡ଼ାର କେତେକ ବିଶେଷ ଗୁଣ ସମ୍ପର୍କରେ ଜାଣିବା । ପେଟ ସମସ୍ୟା ପାଇଁ ଏହା ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି । ଯଦି ଏହି ସବୁ ସମସ୍ୟାରୁ ଆରାମ ପାଇବା ପାଇଁ ପ୍ରାକୃତିକ ଉପଚାର ଖୋଜୁଛନ୍ତି, ତେବେ ସଠିକ୍ ଉପାୟରେ ହରିଡାକୁ ଡାଏଟ୍ ସାମିଲ କରନ୍ତୁ ।

    ହରିଡ଼ା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଖାଦ୍ୟ ହଜମ ଓ ଗ୍ୟାସ ଏବଂ ବାନ୍ତି ଭଳି ସମସ୍ୟାରୁ ତୁରନ୍ତ ଆରାମ ଦେଇଥାଏ । ହରିଡ଼ା ସେବନ ଦ୍ୱାରା ଜ୍ୱର, ପେଟ ଫୁଲିବା, ବାନ୍ତି, ଏସିଡ଼ିଟି ଭଳି, କବ୍ଜ ଭଳି ସମସ୍ୟା ଠାରୁ ମୁକ୍ତି ମିଳିଥାଏ । ଦୀର୍ଘ ଦିନ ଧରି ଗ୍ୟାସ ରୋଗରେ ପୀଡିତ ଲୋକେ ହରିଡ଼ା ଗୁଣ୍ଡ ନିୟମିତ ସେବନ କରିବା ଉଚିତ । ଯାହା ଗ୍ୟାସ୍ ସମସ୍ୟାକୁ ଦୂର କରିଥାଏ । ପାଚନ କ୍ରିୟା ମଜବୁତ କରିବାରେ ମଧ୍ୟ ଏହା ଭୂମିକା ଗ୍ରହଣ କରିଥାଏ ।

    ଏତିକି ନୁହେଁ ବରଂ ଆଖି ପାଇଁ ମଧ୍ୟ ହିତକର ହୋଇଥାଏ ହରିଡ଼ା । ମୋକିଆ ବିନ୍ଦୁରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ହରିଡ଼ା ସେବନକରିବାକୁ ପରାମର୍ଶ ଦିଆଯାଇଥାଏ । ଥଣ୍ଡା, କାଶରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ ବୋଲି ସାବ୍ୟସ୍ତ ହୋଇଥାଏ । ଯଦି ଆପଣଙ୍କର ବାନ୍ତି ହେଉଛି । ବନ୍ଦ ହେବାର ନାଁ ନେଉନି ତେବେ ତୁରନ୍ତ ଏହାକୁ ସେବନ କରନ୍ତୁ । ଅତି ଶୀଘ୍ର ଆରାମ ମିଳିବ । ପାଇଲ୍ସ ରୋଗୀଙ୍କ ପାଇଁ ବି ଏହା ଏକ ଉତ୍ତମ ଔଷଧ । ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ ।

    ପାଣିପାଗରେ ପରିବର୍ତ୍ତନ ହେବାରୁ ଜ୍ବର ଭଳି ସମସ୍ୟା ଅଧିକାଂଶ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ତେଣୁ ହରିଡ଼ା ଖାଇବା ଦ୍ବାରା ଏହି ସବୁ ସମସ୍ୟାରୁ ଉପଶମ ମିଳିଥାଏ । ଓଜନ ହ୍ରାସ ଯାତ୍ରାକୁ ବୃଦ୍ଧି କରିବାକୁ ମଧ୍ୟ ସହଜ କରିଦେଇଥାଏ ହରିଡ଼ା । ଯାହା ପରବର୍ତ୍ତୀ ସମୟରେ ଭଲ ଫଳାଫଳ ପ୍ରଦାନ କରିଥାଏ । କିନ୍ତୁ ଏହାକୁ ସଠିକ୍ ପରିମାଣ ଏବଂ ସଠିକ୍ ଉପାୟରେ ସେବନ କରିବା ଗୁରୁତ୍ବପୂର୍ଣ୍ଣ । ତେବେ ଆସନ୍ତୁ ଏହାକୁ କିପରି ସେବନ କରିବା ଉଚିତ୍ ସେ ସମ୍ପର୍କରେ ଜାଣିବା ।

    ଯେତେବେଳେ ଖାଦ୍ୟ ଠିକ୍ ଭାବରେ ହଜମ ହୁଏ ନାହିଁ ସେତେବେଳେ ପେଟ ଜନିତ ସମସ୍ୟା ଦେଖାଦେଇଥାଏ । ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ୩ରୁ୬ ଗ୍ରାମର ହରିଡା ନିଅନ୍ତୁ । ଏହା ବଦଳରେ ହରିଡା ଗୁଣ୍ଡ ମଧ୍ୟ ଆପଣମାନେ ବ୍ୟବହାର କରିପାରିବେ । ଏହି ପାଉଡରକୁ ସକାଳେ କିମ୍ବା ସନ୍ଧ୍ୟାରେ ଖାଇବା ପରେ ଏହାକୁ ସେବନ କରିବାର ଅଭ୍ୟାସ କରନ୍ତୁ । ଯାହା କିଛି ଦିନ ମଧ୍ୟରେ ସକରାତ୍ମକ ପ୍ରଭାବ ଆପଣଙ୍କ ପାଖରେ ଦେଖିବାକୁ ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.4 ° C
    31.4 °
    31.4 °
    60 %
    3kmh
    100 %
    Sat
    31 °
    Sun
    31 °
    Mon
    33 °
    Tue
    32 °
    Wed
    33 °

    ସମ୍ବନ୍ଧିତ