Friday, March 13, 2026
24.5 C
Odisha

    ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବ

    ଆଗକୁ ପଢନ୍ତୁ

    ପୂର୍ବତନ ରାଜ୍ଯସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ଯବସ୍ଥା ଭଲ ରହିଛି । ସମ୍ବଲପୁରରୁ ଏୟାରଲିଫ୍ଟ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛି । 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଡାକ୍ତରଖାନା ଯାଇଁ ପ୍ରସନ୍ନଙ୍କୁ ଭେଟି ସ୍ବାସ୍ଥ୍ଯବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଉତ୍ତମ ଚିକିତ୍ସା ଯୋଗାଇ ଦେବା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଡାକ୍ତରଖାନାରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ସସ୍ମିତ ପାତ୍ର, ବିଧାୟକ ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ପୂର୍ବତନ ସାଂସଦ ଏନ ଭାସ୍କର ରାଓ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ପ୍ରସନ୍ନଙ୍କୁ ଭେଟିଛନ୍ତି । ପ୍ରସନ୍ନ ଏବେ ଭଲ ଥିବା ସହ କଥା ହେଉଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରରୁ ବରଗଡ଼ ଫେରୁଥିଲେ ପ୍ରସନ୍ନ । ରାତି ପ୍ରାୟ ସାଢେ ୧୨ଟାରେ ରେଢାଖୋଲ ବେଲଡିହି ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

    ସାମ୍ନାପଟୁ ଆସୁଥିବା ଏକ ଗ୍ଯାସ ଟ୍ଯାଙ୍କର ପ୍ରସନ୍ନଙ୍କ ଇନୋଭା କାରକୁ ଧକ୍କା ଦେଇଥିଲା । ଡ୍ରାଇଭରଙ୍କ କହିବା ଅନୁସାରେ ଟ୍ଯାଙ୍କରର ସ୍ପିଡ୍ ପ୍ରାୟ ଘଣ୍ଟାପ୍ରତି ୭୦ କିଲୋମିଟର ରହିଥିଲା । ଟ୍ଯାଙ୍କରଟି ହେଡ୍ ଲାଇଟ ପକାଇଆସୁଥିଲା । ପ୍ରସନ୍ନଙ୍କ କାର ଡ୍ରାଇଭର ଡିପର ଲାଇଟ୍ ପାଇଁ ଇଣ୍ଡିକେସନ ଦେଇଥିଲେ ମଧ୍ଯ ଟ୍ଯାଙ୍କର ଡ୍ରାଇଭର ଡିପର ଲାଇଟ ପକାଇନଥିଲେ । ରାସ୍ତାଟି ଅଣଓସାରିଆ ହୋଇଥିବାରୁ କାରକୁ ସାଇଡ କରିପାରିନଥିଲେ ଡ୍ରାଇଭର । ଫଳରେ ସାମ୍ନାପଟୁ ଟ୍ଯାଙ୍କରଟି କାରକୁ ଧକ୍କା ଦେଇଥିଲେ । ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲାଯେ ପ୍ରସନ୍ନଙ୍କ କାରର ସମ୍ମୁଖଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଫଳରେ ପ୍ରସନ୍ନ ଆଚାର୍ଯ୍ୟ, ତାଙ୍କ ପିଏସଓ ଓ ଡ୍ରାଇଭର ଆହତ ହୋଇଥିଲେ । ପ୍ରସନ୍ନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢାଖୋଲ ଓ ପରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ଯବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ଏୟାରଲିଫ୍ଟ କରାଯାଇଛି । ପିଏସଓ ଓ ଡ୍ରାଇଭରଙ୍କ ଅବସ୍ଥା ସ୍ଥିର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ