Monday, May 5, 2025
37.6 C
Odisha

    ପ୍ରାଣ ନେଇଗଲା ଇଟିଲି; ଯୁବକ ମୃତ

    ଆଗକୁ ପଢନ୍ତୁ

    କେରଳ: ଅଧିକାଂଶ ଲୋକେ ଇଟିଲି ଖାଇବା ପାଇଁ ବେଶ୍ ଭଲପାଆନ୍ତି । କିନ୍ତୁ ଏହି ଇଟିଲି ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ପାଲଟିଛି । ୩ଟି ଇଟିଲି କାଇବା ପରେ ଜଣେ ବ୍ୟକ୍ତି ଛଟପଟ ହୋଇ ପ୍ରାଣ ହରାଇଛନ୍ତି । ସାମାନ୍ୟ ଭୁଲ ପାଇଁ ଥଟ୍ଟାମଜାରୁ ଆଜି ଶୋକର ଛାୟା ଖେଳାଇ ଦେଇଛି । ଇଟିଲି ଖାଇବା ପ୍ରତିଯୋଗିତାରେ ବିଜୟୀ ହେବାର ଆଶାରେ ଚାଲିଯାଇଛି ଜଣେ ପ୍ରତିଯୋଗୀଙ୍କ ଜୀବନ ।
    ସୂଚନା ଅନୁସାରେ, କେରଳ କାଞ୍ଜିକୋଡରେ ଆୟୋଜିତ ଏକ ‘ଇଟିଲି ଖାଇବା’ ପ୍ରତିଯୋଗିତାରେ ଘଟିଯାଇଛି ବଡ଼ ଧରଣର ଅଘଟଣ । ପ୍ରତିଯୋଗିତାରେ ବିଜୟୀ ହେବାର ଆଶା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛି । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସୁରେଶ ନାମକ ଜଣେ ବ୍ୟକ୍ତି ଅଚାନକ ପ୍ରାଣ ହରାଇଛନ୍ତି । ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ଏକାସାଙ୍ଗରେ ୩ଟି ଇଟିଲି ଗିଳିଦେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହା ତାଙ୍କ ପାଇଁ ଖୁବ ମହଙ୍ଗା ପଡ଼ିଛି । ଏକାସାଙ୍ଗରେ ୩ଟି ଇଟିଲି ଖାଇବା ଚେଷ୍ଟାରେ ସେ ଖୁବ ଅସହଜ ମନେ କରିଥିଲେ । ୩ଟି ଇଟିଲି ଏକାସାଙ୍ଗରେ ଖାଇବା ଚେଷ୍ଟାରେ ଏହା ସୁରେଶଙ୍କ ତଣ୍ଟିରେ ଲାଗି ଯାଇଥିଲା ଏବଂ ନିଶ୍ୱାସ-ପ୍ରଶ୍ୱାସରେ ତାଙ୍କୁ ଅସୁବିଧା ହୋଇଥିଲା ।

    ଧିରେ ଧିରେ ସୁରେଶଙ୍କ ଅବସ୍ଥା ଖରାପ ହେବାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ଥିତିରେ ପରିବର୍ତ୍ତନ ନ ହେବାରୁ ତାଙ୍କୁ ବାଲୟାରର ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୁରେଶଙ୍କ ମୃତ୍ୟୁରେ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.6 ° C
    37.6 °
    37.6 °
    18 %
    2.6kmh
    55 %
    Mon
    36 °
    Tue
    39 °
    Wed
    40 °
    Thu
    42 °
    Fri
    42 °

    ସମ୍ବନ୍ଧିତ