Monday, October 19, 2026
21.9 C
Odisha

    ସୁଭଦ୍ରା ଯୋଜନାରେ ଯୋଗ ଦେବାକୁ ଆସୁଥିଲେ: ଦୁର୍ଘଟଣାରେ ୧୬ ଆହତ

    ଆଗକୁ ପଢନ୍ତୁ

    ଚିତ୍ରକୋଣ୍ଡା ନିକଟସ୍ଥ ସ୍ପିଲୱେ ଠାରେ ଅଟୋ ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି ଓ ୧ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି।
    ସୂଚନା ଅନୁଯାୟୀ, ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚିତ୍ରକୋଣ୍ଡା ବ୍ଲକର ୧୮ ଗୋଟି ପଞ୍ଚାୟତର ମହିଳାମାନଙ୍କୁ ଡକା ଯାଇଥିଲା। ଦୋରାଗୁଡ଼ା ଓ ଗୁଣ୍ଠାୱାଡ଼ା ପଞ୍ଚାୟତର ମହିଳାମାନେ ଅଟୋ ଯୋଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବ ସମୟରେ ସ୍ପିଲୱେ ନିକଟରେ ଅଟୋ ଓଲଟି ପଡିବାରୁ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରଣ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରି ଖିଲ ଓ ଦୋରାଗୁଡ଼ା ସରପଞ୍ଚ ଭଗବତୀ ନାୟକ ଅଟୋ ଦୁର୍ଘଟଣା ଖବର ପାଇବାପରେ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଆହତ ମାନଙ୍କ ଖବର ପଚାରି ବୁଝିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ