Tuesday, August 18, 2026
23.9 C
Odisha

    ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ରକ୍ତଦାନ ଶିବର ଅନୁଷ୍ଠିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୭/୦୯:୨୦୧୪ ସାଧାରଣ ନିର୍ବାଚନ ପରେ ପ୍ରଧାନ ସେବକ ଭାବେ ନେତୃତ୍ୱ ନେଇ ଭାରତବର୍ଷକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହ ସମ୍ମାନ ପ୍ରତିଷ୍ଠା କରାଇଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜିଙ୍କ ଆଜି ୭୪ ତମ ଜନ୍ମଦିନ । ଏହି ଦିନକୁ ବିଜେପି ତରଫରୁ ଦେଶବ୍ୟାପୀ “ସେବା ଦିବସ” ଭାବେ ପାଳନ କରାଯାଉଛି ଏବଂ “ସେବା ପକ୍ଷ” ପାଳନ ଅବସରରେ ଆଜିଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଆଗାମୀ ୧୫ ଦିନ ଧରି ପାର୍ଟୀ ତରଫରୁ ବିଭିନ୍ନ ସେବା କାର୍ଯ୍ୟ ଜାରୀ ରହିବ ।

    ମୋଦି ଗ୍ୟାରେଂଟିକୁ ଓଡିଶା ସମେତ ସମଗ୍ର ଦେଶବାସୀ ଦେଖିଛନ୍ତି । ଓଡିଶାରେ ବର୍ତମାନ ବିଜେପିର ଡବଲ ଇଂଜିନ ସରକାର । ଓଡିଶାକୁ ସୁନାର ଓଡିଶା ଗଢି ତୋଳିବା ପାଇଁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଜି ପ୍ରତିଶୃତି ଦେଇଛନ୍ତି । ବିକଶିତ ଭାରତ ଗଠନରେ ଓଡିଶା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ ।
    ସେବା ପକ୍ଷ ପାଳନ ଉପଲକ୍ଷେ ଆଜି ପ୍ରଥମ ଦିନରେ “ସେବା ଦିବସ” ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନୀକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ସ୍ୱେଚ୍ଛାକୃତ ଭାବେ ଅନେକ କାର୍ଯ୍ୟକର୍ତା ରକ୍ତଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସେବା ପକ୍ଷ ରାଜ୍ୟ ସଂଯୋଜକ ତଥା ପୂର୍ବତନ ରାଜ୍ୟ ସଭାପତି ବିମ୍ବାଧର କୁଅଁର, ସହ ସଂଯୋଜକ ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ମେଡିକାଲ ସେଲ ରାଜ୍ୟ ସଂଯୋଜକ ଡ.କୈଳାଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
    ରାଜ୍ୟର କୋଣ ଅନୁକୋଣରେ ବିଜେପି କାର୍ଯ୍ୟକର୍ତାମାନେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା, ଅଭିନନ୍ଦନ ଜଣାଇ ବିଭିନ୍ନ ମନ୍ଦିର ଓ ଦେବାଳୟରେ ପ୍ରଦୀପ ପ୍ରଜ୍ୱଳନ କରି ତାଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି ।
    ସେବାପକ୍ଷ ପାଳନ ଅବସରରେ ଆସନ୍ତା କାଲି ୧୮ରୁ ୨୦ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ସମସ୍ତ ବିଧାନସଭା କ୍ଷେତ୍ରରେ ରକ୍ତଦାନ ଶିବିର ଆୟୋଜନ କରାଯିବ । ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ କୃଷକ ମୋର୍ଚ୍ଚା ତରଫରୁ ସମସ୍ତ ଶକ୍ତିକେନ୍ଦ୍ର ସ୍ତରରେ ପର୍ଯ୍ୟାବରଣ ଉପରେ ଗୁରୁତ୍ୱ ଦିଆଯାଇ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ଏହି ଅବସରରେ ଦଳ ଏବଂ ବିଭିନ୍ନ ମୋର୍ଚ୍ଚା ଓ ପ୍ରକୋଷ୍ଠ ତରଫରୁ ମଣ୍ଡଳସ୍ତରରେ ସମସ୍ତ ମନ୍ଦିର, ଧାର୍ମିକ ସ୍ଥଳ, ଜଳାଶୟ, ପୁଷ୍କରିଣୀ ଏବଂ ପାର୍କ ଆଦି ସ୍ଥାନରେ ସଫେଇ କରାଯିବ । ସେପ୍ଟେମ୍ବର ୨୧ରେ ଡ. ଆର୍ ବାଲସୁବ୍ରମଣ୍ୟମଙ୍କ ଦ୍ୱାରା ଲିଖିତ “କ୍ଟ୍ରକ୍ଟଙ୍ଗରକ୍ସ ଙ୍ଗସଗ୍ଧଷସଦ୍ଭ: ଞଷର ଖରବୟରକ୍ସଗ୍ଦଷସକ୍ଟ୍ର ଖରଶବମଚ୍ଚ କ୍ଟଲ ଘବକ୍ସରଦ୍ଭୟକ୍ସବ ଗକ୍ଟୟସ” ପୁସ୍ତକର ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୩ରେ ବିଧାନସଭା ସ୍ତରରେ ୬୦ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ । ସେପ୍ଟେମ୍ବର ୨୪ରେ ବିଧାନସଭାସ୍ତରରେ କଳା, ଚିତ୍ରାଙ୍କନ, ରଙ୍ଗୋଲି, ପ୍ରବନ୍ଧ, ସାହିତ୍ୟ-କଳା, ଗ୍ରାଫିକ୍ ଡିଜାଇନ୍ ଆଦି ପ୍ରତିଯୋଗିତା ଆୟୋଜନ କରାଯିବ । ସେପ୍ଟେମ୍ବର ୨୫ରେ ବିଜେପିର ବିଚାର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀକୁ ବୁଥ୍‌ସ୍ତରରେ ପାଳନ କରାଯିବ । ସାଂଗଠନିକ ମହାପର୍ବ ସଦସ୍ୟତା ଅଭିଯାନ ଅବସରରେ ଦୀନଦୟାଲ ଜୟନ୍ତୀ ଦିବସରେ ଅତିକମ୍‌ରେ ୧୦୦ ସଦସ୍ୟ କରାଯିବା ପାଇଁ ପ୍ରୟାସ କରାଯିବ । ଅକ୍ଟୋବର ୨ରେ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଣ୍ଡଳସ୍ତରରେ ମହାତ୍ମାଗାନ୍ଧୀ ଓ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତି ନିକଟରେ ସ୍ୱଚ୍ଛତା ଅଭିଯାନ କରାଯାଇ ପୁଷ୍ପାଞ୍ଜଳି ଅର୍ପଣ କରାଯିବ । ଏହି ଦିନରେ ପ୍ରତ୍ୟେକ ପରିବାରକୁ ଖଦି ତିଆରି ବସ୍ତ୍ର କିଣିବା ପାଇଁ ସଚେତନ ସୃଷ୍ଟି କରାଯିବା ସହ ଗ୍ରାମଦ୍ୟୋଗକୁ ପ୍ରୋତ୍ସାହନ କରାଯିବ.

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    94 %
    2.5kmh
    100 %
    Tue
    24 °
    Wed
    25 °
    Thu
    26 °
    Fri
    27 °
    Sat
    27 °

    ସମ୍ବନ୍ଧିତ