Saturday, March 14, 2026
38.1 C
Odisha

    ପ୍ରେମାନନ୍ଦ ମହାରାଜ ରହୁଥିବା ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ

    ଆଗକୁ ପଢନ୍ତୁ

    ବୃନ୍ଦାବନ: ଶ୍ରୀକୃଷ୍ଣ ଶରଣମ୍ ସୋସାଇଟିର ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଛି । ଯେଉଁଠାରେ ପ୍ରସିଦ୍ଧ ମଥୁରା-ବୃନ୍ଦାବନ ସନ୍ଥ ପ୍ରେମାନନ୍ଦ ମହାରାଜ ରହୁଥିଲେ । କିନ୍ତୁ ବର୍ତ୍ତମାନ ସେଠାରେ ପ୍ରେମାନନ୍ଦ ମହାରାଜ ରହୁନାହାଁନ୍ତି ବୋଲି ସୂଚନା ମିଳିଛି । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଏହି ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

    ସୂଚନାନୁଯାୟୀ, ଅଗ୍ନିକାଣ୍ଡ ଘଟିବା ପରେ ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭଲପାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ସେହି ଫ୍ଲାଟ୍ ସାମ୍ନାରେ ଜମା ହୋଇଥିଲା । ଏବେ କିନ୍ତୁ ସେହି ଫ୍ଲାଟରେ ପ୍ରେମାନନ୍ଦ ମହାରାଜ ଜୀ ରହୁନାହାଁନ୍ତି । ସେ କେଲିକଞ୍ଜର ଏକ ଆଶ୍ରମରେ ରହୁଛନ୍ତି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ଦମକଳ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଫ୍ଲାଟରେ ନିଆଁ ଏତେ ଭୟଙ୍କର ଥିଲା ଯେ ଭିତରକୁ ଯିବା ପାଇଁ କାଚ ଭାଙ୍ଗିବାକୁ ପଡ଼ିଥିଲା । କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ