Monday, April 6, 2026
23.4 C
Odisha

    ପ୍ରେମିକାଙ୍କ ପାଇଁ ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

    ଆଗକୁ ପଢନ୍ତୁ

    ସାଥୀ ହେବା ପାଇଁ ଶପଥ କରିଥିବା ସ୍ବାମୀ ସାତ ବର୍ଷ ପାଇଁ ସାଥ୍ ଦେଲା ନାହିଁ। ସାରା ଜୀବନ ସୁରକ୍ଷା ଦେବା ପାଇଁ ପ୍ରତିଜ୍ଞା କରିଥିବା ସ୍ବାମୀ ଶେଷରେ ପତ୍ନୀକୁ ଆନେସ୍ଥେସିଆ ଦେଇ ହତ୍ୟା କରିଛି। ରାଜଧାନୀର ଭରତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଜଣେ ସ୍ୱାମୀ ୨ ଜଣ ପ୍ରେମିକାଙ୍କ ପାଇଁ ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା କରିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଏମାନେ ଏକ ଫାର୍ମା କମ୍ପାନୀରେ କାମ କରୁଥିଲେ। କେତେ ମାତ୍ରାରେ ଆନେସ୍ଥେସିଆ ଦିଆଗଲେ ଜୀବନ ପ୍ରତି ବିପଦ ଜାଣିଥିବାରୁ ଏହି ଜଘନ୍ୟକାଣ୍ଡ ଘଟାଇଛନ୍ତି। ମୃତା ମହିଳା ହେଉଛନ୍ତି ଖୋର୍ଦ୍ଧା ବିଜେବି ନଗରର ଶୁଭଶ୍ରୀ ନାୟକ (୨୫)। ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ବାମୀ ତଥା ଫାର୍ମାସିଷ୍ଟ ପ୍ରଦ୍ୟୁମ୍ନ ସହିତ ଦୁଇ ଯୁବତୀଙ୍କୁ ଗିରଫ କରିଛି ପୁଲିସ। ୨ ଯୁବତୀଙ୍କ ମଧ୍ୟରୁ ଜଣେ କଳିଙ୍ଗନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚାକିରି କରୁଥିଲେ। ୪ ବର୍ଷ ପୂର୍ବେ ବିଜେବି ନଗରର ଅରୁଣ ପ୍ରସାଦ ନାୟକଙ୍କ ଝିଅ ଶୁଭଶ୍ରୀ ଭୁବନେଶ୍ବରରେ ଫାର୍ମାସିଷ୍ଟ ଭାବେ କାମ କରୁଥିବା କେନ୍ଦ୍ରାପଡ଼ାର ପ୍ରଦ୍ୟୁମ୍ନଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ପ୍ରଥମେ ମନ୍ଦିର ଓ ପରେ ନୋଟାରୀରେ ବିବାହ କରିଥିଲେ। ବିବାହର କିଛି ଦିନ ପର୍ଯ୍ୟନ୍ତ ଠିକଠାକ୍ ଚାଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ପ୍ରଦ୍ୟୁମ୍ନ ଅନେକ ସମୟରେ ଶୁଭଶ୍ରୀଙ୍କୁ ନିର୍ଯାତନା ଦେବା ସହିତ ମାରଧର କରୁଥିଲେ। ସବୁବେଳେ ନିର୍ଯାତନାର ଶିକାର ହେଉଥିବାରୁ ଶୁଭଶ୍ରୀ ପ୍ରାୟ ୬ ମାସ ହେବ ଖୋର୍ଦ୍ଧାରେ ରହୁଥିବା ବାପା-ମାଆଙ୍କ ପାଖରେ ରହୁଥିଲେ। ଗତ ୨୭ ତାରିଖ ଦିନ ପ୍ରଦ୍ୟୁମ୍ନ ଖୋର୍ଦ୍ଧା ଯାଇ ଅନୁତାପ କରିବା ସହିତ ଶୁଭଶ୍ରୀଙ୍କୁ ସାଙ୍ଗରେ ନେଇ ଆସିଥିଲେ। ସୋମବାର ଦ୍ବିପହର ସମୟରେ ଶୁଭଶ୍ରୀଙ୍କ ମାଆ ତପସ୍ବିନୀ ଫୋନ୍ କରିବାରୁ ଦୁଇ ଜଣ ଯୁବତୀ ଫୋନ୍ ଉଠାଇଥିଲେ। ଶୁଭଶ୍ରୀଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ କ୍ୟାପିଟାଲ ହସ୍ପିଟାଲକୁ ଯାଉଛନ୍ତି ବୋଲି ତପସ୍ବିନୀଙ୍କୁ କହିଥିଲେ। ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ବେଳକୁ ଶୁଭଶ୍ରୀଙ୍କର ମୃତ୍ୟୁ ହୋଇ ସାରିଥିଲା। ହେଲେ ଯୁବତୀ ଦୁଇଜଣ ଶୁଭଶ୍ରୀଙ୍କୁ କେଉଁଠାରୁ ଆଣିଲେ ସେନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଏମିତିକି ସେମାନେ ଶୁଭଶ୍ରୀଙ୍କୁ ଜାଣିନଥିବା ମଧ୍ୟ କହିଥିଲେ। ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ମାଆ ତପସ୍ବିନୀ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    69 %
    1.1kmh
    3 %
    Mon
    38 °
    Tue
    35 °
    Wed
    37 °
    Thu
    37 °
    Fri
    37 °

    ସମ୍ବନ୍ଧିତ